csstore

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀଙ୍କ ବିଭିନ୍ନ ଥାନା ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୋଲିସ ଜିଲ୍ଲା ଇସ୍ପାତ ସହରାଞ୍ଚଳରେ ଥିବା ବିଭିନ୍ନ ଥାନାକୁ ଆଜି ହଠାତ ରଘୁନାଥପଲ୍ଲୀ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ତନ୍ତୀ ସେକ୍ଟର-୩, ସେକ୍ଟର-୭, ସେକ୍ଟର-୧୫, ସେକ୍ଟର-୧୯ ସ୍ଥିତ ଥାନାକୁ ଯାଇ ଥାନାରେ ଉପସ୍ଥିତ ଥାନା ଅଧିକାରୀ ମାନଙ୍କ ସହିତ ଉକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ବନ୍ଧରେ ଚର୍ଚ୍ଚା ଆଲୋଚନା କରିଥିଲେ । ଚର୍ଚ୍ଚା ସମୟରେ ବିଧାୟକ ଶ୍ରୀ ତନ୍ତୀ ସମ୍ପୃକ୍ତ ଥାନର ଅନ୍ୟାନ୍ୟ ଅଭାବ ଓ ଅସୁବିଧା ସମ୍ବନ୍ଧରେ ମଧ୍ୟ ଉପସ୍ଥିତ ଅଧିକାରୀଙ୍କୁ ପଚାରି ବୁଝିଥିଲେ ।

jayashree
Leave A Reply

Your email address will not be published.