pakka

ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅନ୍ୱେଷା ଛାତ୍ରୀ ନିବାସ ପରିଦର୍ଶନ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼ରେ ରାଜ୍ୟ ସରକାରଙ୍କ ଦ୍ୱାରା ଅବସ୍ଥାପିତ ଅନ୍ୱେଷା ଆଦିବାସୀ ଛାତ୍ରୀ ନିବାସ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ପରିଦର୍ଶନ କରିଛନ୍ତି । ଶ୍ରୀମତୀ ଗର୍ଗ ଏହି ଛାତ୍ରୀ ନିବାସକୁ ଆସି ପ୍ରଥମେ ଛାତ୍ରୀମାନେ କିଭଳି ରହୁଛନ୍ତି, କେମିତି ପାଠ ପଢ଼ାଯାଉଛି ଓ କିପରି ଖାଇବା ଦିଆଯାଉଛି ସେ ବିଷୟରେ ପଚାରି ବୁଝିଥିଲେ । ଖାସ୍ କରି ଛାତ୍ରୀଙ୍କ ସହ ଏକାଠି ବସି ଭୋଜନ କରିଥିଲେ । ଏହି ସମୟରେ କମିଶନରଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟା ନନ୍ଦ ସେଠୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ଶ୍ରୀମତୀ ଗର୍ଗ ହରିଶଙ୍କରକୁ ଯାଇ ମନ୍ଦିରରେ ହେଉଥିବା ବିଭିନ୍ନ ଉନ୍ନୟନ କାମ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ସରକାରଙ୍କ ମିଶନ ଶକ୍ତି ଦ୍ୱାରା ପରିଚାଳିତ ପାନ୍ଥ ନିବାସକୁ ଯାଇ ମଧ୍ୟ ପରିଦର୍ଶନ କରିଥିଲେ । ଏସବୁ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ମିଶନ ଶକ୍ତି ଡିପିସି ସୁମନ ଦ୍ୱବେଦୀ, ଖପ୍ରାଖୋଲ ବିଡିିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ପୂର୍ତ୍ତ ବିଭାଗର ସୁପରିଟେଣ୍ଡେଣ୍ଟ ଇଂଜିନିୟର ଅର୍ଜୁନ ବେହେରା ଓ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 4 =