pakka

ରାଜ୍ୟସଭା ସାଂସଦଙ୍କ ଚନ୍ଦନଜୁରୀ ମହିମା ମଠ ଓ ପତ୍ରଫଡ଼ି ପରିଦର୍ଶନ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଜୁରୀ ମହିମା ମଠକୁ ପରିଦର୍ଶନ କଲେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ଅଲେଖ ମହିମା ତଥା ମଠାଧିସ ଓ ସାଧୁ ସନ୍ଥଙ୍କର ଆଶୀର୍ବାଦ ନେଲେ । ମହିମା ମଠର ମଠାଧିସ ଓ ସାଧୁ ସନ୍ଥମାନଙ୍କ ସହ ଆଲୋଚନା କଲେ । ମଠର ବିକାଶ ପାଇଁ ମଠାଧିସ ଅବଗତ କଲେ ଓ ମଠକୁ ଆସିଥିବା ଅଞ୍ଚଳର ଜନସାଧାରଣ ଅଞ୍ଚଳର ସାମୁହିକ ବିକାଶ ପାଇଁ ଅଭିଯୋଗ ଆପତ୍ତି କଲେ । ସମସ୍ତଙ୍କର କଥା ଗୁରୁତ୍ୱ ଦେଇ ଶୁଣିଲେ ଓ ମଠର ବିକାଶ ସହ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାକୁ ପ୍ରତିାୃତି ଦେଇଥିଲେ । ପରେ ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଜୁରୀ ଗ୍ରାମର ପତ୍ରଫଡ଼ିକୁ ରାଜ୍ୟସଭା ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପରାମର୍ଶଦାତା ସଦସ୍ୟ ନିରଞ୍ଜନ ବିଶି ପରିଦର୍ଶନ କରିଥିଲେ । ପତ୍ରଫଡ଼ିରେ କାମ କରୁଥିବା ଶ୍ରମିକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରିଥିଲେ । ସେଠାରେ ଦେଖିବାକୁ ପାଇଲେ ଯେ, ଶିଶୁମାନଙ୍କୁ ପତ୍ର ବନ୍ଧେଇରେ ଅଧିକାରୀମାନେ ନିୟୋଜିତ କରିଛନ୍ତି । ଶ୍ରମିକମାନଙ୍କୁ ମେଡ଼ିକାଲ ସୁବିଧା ମିଳୁନାହିଁ, ଫେକ୍ଟ୍ରି ଆକ୍ଟ ଅନୁସାରେ ଖାଇବାକୁ ଗୁଡ଼ ଦିଆଯାଉ ନାହିଁ, ଏହା ଦେଖି ସାଂସଦ କ୍ଷୋଭ ପ୍ରକାଶ କରିଥିଲେ । ଶ୍ରମିକମାନେ ତାଙ୍କ ଛୁଆମାନଙ୍କୁ ସ୍କୁଲରେ ପାଠ ପଢେଇବାକୁ କହିଥିଲେ । ସତର୍କ ଓ ସଚେତନ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି ପରିଦର୍ଶନ ସମୟରେ ଗିରିରାଜ ଭୋଇ, ଧୁବଲେଶ୍ୱର ଭୋଇ, ଘନ ଭୋଇ, ଲଳିତ ଭୋଇ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one × 5 =