pakka

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା । ସଭାପତି ବିକାଶ ସାଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ସଦସ୍ୟଙ୍କୁ ନେଇ ବିଭିନ୍ନ ଦାବୀ ନେଇ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀରେ ଉଲ୍ଲେଖ ଯେ, ବଲାଙ୍ଗିର ମରୁଡି ଓ ଦାଦନ ଅଂଚଳ ଭାବେ ବେଶ ନାଁ କରିଛି । ଏହି ଜିଲ୍ଲା ଜିଲ୍ଲାରେ ଦାଦନ ଗଡ ଭାବେ ପରିଚିତ । ଶିଳ୍ପାୟନ ନ ଥିବାରୁ ପଶ୍ଚିମ ଓଡିଶାକୁ ରୋଜଗାର ପାଇଁ ବାହାର ଅପେରା ଏ ବର୍ଷ ଦଶହରା ଓ ଲକ୍ଷ୍ମୀପୂଜାରେ ଆସୁଥିବାରୁ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପୂର୍ବ ଓଡିଶା ଅପେରାକୁ ନିଷିଦ୍ଧ କରିବା ପାଇଁ ଦାବୀ ଉପସ୍ଥାପନ କରାଯାଇଛି । ଅନିଲ ପ୍ରଧାନ, ଲିକୁନ ପାତ୍ର, ସିପିନ ଖମାରି, ଛୋଟୁ ସାଏ, ଅଜିତ କୁମାର ସାହୁ, ଲକି ଚୋପଦାର, ଶଶି ସାହୁ, ଇନ୍ଦ୍ରମଣି ସାହୁ, ରାଜେଶ୍ୱର ସାହୁ, ଜିତେନ୍ଦ୍ର ନାଗ, ତପନ ମେହେର, ଶମ୍ଭୁ ପ୍ରସାଦ ଶତପଥି, ଶ୍ରୀପଦା ଷଡଙ୍ଗୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twelve − 6 =