pakka

ଫା ଫାଉଣ୍ଡେସନର ଉଦ୍‌ଘାଟନ ଓ ସେବା ପାଇଁ ମାରୁତି ଭ୍ୟାନ ଲୋକାର୍ପିତ

l2

ରାଉରକେଲା, (ସସ୍ମିତା ପ୍ରଧାନ) : ଫା ଫାଉଣ୍ଡେସନ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ଶୁଭ ଉଦ୍‌ଘାଟନ ସହିତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଜନ ସଚେତନତା ସୃଷ୍ଟି ପାଇଁ ଫା ଫାଉଣ୍ଡେସନ ତରଫରୁ ଏକ ନୂତନ ମାରୁତି ଭ୍ୟାନକୁ ଲୋକାର୍ପିତ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ସୁଶ୍ରୀ ହସିନା ବେଗମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଏହାକୁ ଉଦ୍‌ଘାଟନ କରିଥିଲେ । ବିଶେଷ ଭାବେ ଶିଶୁମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଯେଉଁ ଜନମଙ୍ଗଳ ଯୋଜନା ବିଷୟରେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଫା ଫାଉଣ୍ଡେସନ ତରଫରୁ ନିଜସ୍ୱ ଉଦ୍ୟମରେ ଯେଉଁ ପ୍ରୟାସ କରାଯାଇଛି ତାହା ସରକାର ଓ ଜନତାଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିପାରିବ ଏବଂ ଏହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ତରାଇ ନିଜର ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଫା ଫାଉଣ୍ଡେସନର ଉପାଧ୍ୟକ୍ଷ ସୁଲତାନ ଖାନ ଓ ଇରଫାନ ଖାନ, ସମ୍ପାଦିକା ସାଇନା ବେଗମ, ବିଜେଡି ୟୁନିଟ ସଭାପତି ଟିଂକୁ ଖାନ, ଯୁବ ଡାକ୍ତର ନୁର ଅହମ୍ମଦ, ସଲମାନ ଅରିଫ, ଯୁନୁଷ ଖାନ ପ୍ରମୁଖ ଯୋଗ ଦେଇଥିଲେ ।

pp
Leave A Reply

Your email address will not be published.

3 × one =