ପରିବେଶ ପରିଚିନ୍ତନ : ଜିଲ୍ଲାରେ ଗ୍ରିନ୍- ପ୍ଲାନେଟସନ ଉପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋରନା ମହାମାରୀରେ ଯେଉଁ ଅକ୍ସିଜନ ଅଭାଵ ଦେଖାଦେଇଥିଲା । ଭବିଷ୍ୟତରେ ଏହି ଭୟାନକ ପରିସ୍ଥିତି ଯେପରି ନ ଉପୁଜେ ସେଥିପ୍ରତି ଦୃଷ୍ଟି ଦେଇ ସମଗ୍ର ଗଞ୍ଜାମ ଜିଲ୍ଲାରେ ସେଭଳି ଭୟାବହକୁ ଦୂରେଇବା ଉଦ୍ଦେଶ୍ୟରେ ସବୁଜିମା ପରିବେଶକୁ ବ୍ୟାପକତା କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱରୋପ କରିଛନ୍ତି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସବୁ ବର୍ଗର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ଖୋଲା ଜାଗାରେ ଗ୍ରୀନ-ପ୍ଲାନେଟସନ କରି ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି କରାଇ ପରିବେଶକୁ ସୁସ୍ଥ ଓ ସୁନ୍ଦର କରାଇ ପାରିଲେ ଆମର ଏକ ସୁନ୍ଦର ସୁସ୍ଥ ସମାଜ ଓ ସୁନ୍ଦର ପରିବେଶ ପାଇପାରିବା ବୋଲି କହିଛନ୍ତି । ଆମେ ବସବାସ କରୁଥିବା ପରିବେଶରେ ନିର୍ମଳ ବାତାବରଣ ଭରା ଅମ୍ଳଜାନ ପାଇଁ ଆମେ ବୈପ୍ଲବିକ ପନ୍ଥା ହାତକୁ ନେବାକୁ ହେବ ବୋଲି ଜିଲ୍ଲାପାଳ ସମାଜର ସବୁ ବର୍ଗର ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଛନ୍ତି । ଗଞ୍ଜାମରେ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲାର ବିଭିନ ସ୍ଥାନରେ ବିଭିନ୍ନ ସଂଗଠନ ଆନୁକୂଲ୍ୟରେ ଆଜି ଏହି ମହତ୍ୱପୂର୍ଣ୍ଣ ଦିବସରେ ଗୁରୁତ୍ୱପୂର୍ଣ୍ଣ ବୃକ୍ଷ-ଚାରା ରୋପଣ କରାଯାଇଛି । ଜିଲ୍ଲାସଦର ମହକୁମା ଛତ୍ରପୁରର କଲେକ୍ଟଟ୍ରେଟ କଣ୍ଟେନମେଣ୍ଟ ସିଭିଲ ରୋଡରେ ବୃକ୍ଷ-ଚାରା ରୋପଣକୁ ବ୍ୟାପକତା କରାଇବା ଏବଂ ତାହାର ଯତ୍ନନେବା ଉପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱାରୋପ କରିଥିଲେ । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କର-କମଳରେ ଚାରା ରୋପଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଐତିହାସିକ ପିଲିବନ୍ଧ ଉଦ୍ୟାନ-ପାର୍କର ପରିଦର୍ଶନ କରି ଏହାର ପୁନଃରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ଓ ଅଗ୍ରଗତି ସମ୍ବନ୍ଧରେ ଦୃଷ୍ଟି ଆରୋପ କରିଥିଲେ । ଏହାର ସୁନ୍ଦର ସବୁଜିମାକୁ ଅଧିକ ମାତ୍ରାରେ ଜନାଦୃତ କରିବା ଏବଂ ଏହିପ୍ଲାନେଟସନର ମହକ ବୃଦ୍ଧି କରାଇବା ଦିଗରେ ସେ ପୌର ନିର୍ବାହୀ ଅଧିକାରୀଙ୍କୁ ସୂଚାଇଥିଲେ । ଐତିହାସିକ ପିଲିବନ୍ଧ ଉଦ୍ୟାନକୁ ପୂର୍ବ-ପାରମ୍ପରିକ ପ୍ରଥାନୁଯାୟୀ ସୋରଡା ଓ ଭଞ୍ଜନଗର ଜଳଭଣ୍ଡାରରୁ କେନାଲ ଯୋଗେ ପୁନଃ ଜଳ ସଂଯୋଗୀ କରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲା ଗ୍ରାମ୍ୟ- ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ, ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅଧିକାରୀ ତାହାଙ୍କ ଗହଣରେ ଯୋଗଦେଇଥିଲ ।

Leave A Reply

Your email address will not be published.

nine + 10 =