pakka

ବାହାଘରକୁ ଆସିଥିବା ବେଳେ ଟ୍ରେନ ଲାଇନ୍‌ କଡରୁ ମୃତଦେହ ଉଦ୍ଧାର : ସନ୍ଦେହରେ ପରିବାର ବର୍ଗ

bbehera

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜି. ଆର. ପି. ପୋଲିସ କଣ୍ଟାବାଞ୍ଜି ରାୟପୁର ସେକ୍ସନ୍‌ର ତୁରେକେଲା ରେଲ ଷ୍ଟେସନ୍‌ର କି. ମି. ଖମ୍ବ ନମ୍ବର ୧୫୯/୫/୭ ନିକଟରୁ ଏକ ମୃତଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲେ ମୁକୁନ୍ଦ ରଣା(୩୫)ପିତା ସାଧୁ ରଣା । କଣ୍ଟାବାଞ୍ଜି ଜି. ଆର. ପି. ପୋଲିସର ତଦନ୍ତରୁ ପ୍ରକାଶ ଯେ, ଲରମ୍ବା ଥାନା ଘସିଏନ୍‌ ଗାଁର ମୁକୁନ୍ଦ ରଣା ତୁରେକେଲା ଥାନା ରାଉତମୁଣ୍ଡା ଗାଁକୁ ବିବାହ କାର୍ଯ୍ୟରେ ଆସିଥିଲେ । ସୋମବାର ସକାଳୁ ତୁରେକେଲା ରେଲ ଷ୍ଟେସନ୍‌ ମାଷ୍ଟର୍‌ ଜଣେ ବ୍ୟକ୍ତିର ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଘଟଣା କଣ୍ଟାବାଞ୍ଜି ରେଲ ଷ୍ଟେସନ୍‌ ମ୍ୟାନେଜର୍‌ଙ୍କୁ ମୃତ ହୋଇଥିବା ନେଇ ଲିଖିତ ମେମୋ ଦେଇଥିଲେ । ଏହା ପରେ କଣ୍ଟାବାଞ୍ଜି ରେଲ ଷ୍ଟେସନ୍‌ ମ୍ୟାନେଜର ସ୍ଥାନୀୟ ଜି. ଆର. ପି ପୋଲିସକୁ ଲିଖିତ ଜଣାଇଲା ପରେ ଘଟଣାସ୍ଥଳକୁ ଯାଇ ଅନୁସଂଧାନ କରି ଶବ ଜବତ କରିଥିଲେ । ଜବତ ଶବକୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ଶବ ଜବତ ବେଳେ ମୃତକର ପ୍ୟାଣ୍ଟ ପକେଟ୍‌ରୁ ଏକ ମଦ ବୋତଲ ଜବତ ହୋଇଥିବା ସୂଚନା ମିଳିଛି । କଣ୍ଟାବାଞ୍ଜି ଜି. ଆର. ପି. ଅପମୃତ୍ୟୁ କେସ୍‌ ନଂ. ୧୮/୨୦୨୪ ରୁଜୁ କରି ଅଧିକ ତଦନ୍ତ କରୁଥିବା ଜି.ଆର.ପି. ଅଧିକାରୀ ସୀତାରମା ସୁନାରିଙ୍କଠାରୁ ପ୍ରକାଶ ।

jay balangir
Leave A Reply

Your email address will not be published.

nineteen − 1 =