csstore

ତୁରେକେଲା ଥାନା କଫ ସିରଫ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ତୁରେକେଲା ପୋଲିସ

ତୁରେକେଲା, (ଅଶୋକ କୁମାର ବାଗ) : ତୁରେକେଲା ଥାନା ପୋଲିସ ଗତ ଶନିବାର ରାମୁଡ଼ ଗ୍ରାମ ନିକଟରୁ ବେଆଇନ କଫ ସିରଫ ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରି ତାଙ୍କ ପାଖରୁ ୧୦୪ ବୋତଲ କଫ ସିରଫ ଜବତ କରି ତାକୁ କୋର୍ଟ ଚାଲାଣ କରିଥିଲା । ଅଧିକ ତଦନ୍ତ କଲା ପରେ ତୁରେକେଲା ପୋଲିସ ଆଜି ଆଉ ଜଣେ ଅଭିଯୁକ୍ତ ଏହି କେସ୍‌ରେ ସଂଶ୍ଲିଷ୍ଟ ଥିବା ଜାଣିବାକୁ ପାଇ ବେଲପଡା ଥାନା ମଳିମୁଣ୍ଡା ଗ୍ରାମର ରାଜେଶ ମେହେରକୁ ବେଆଇନ କଫ ସିରଫ ଚୋରା ଚାଲାଣ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ତାଙ୍କ ପାଖରୁ ୪୫୦ ବୋତଲ ଏସ୍‌କଫ କଫ ସିରଫ ମଧ୍ୟ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ଏନେଇ ତୁରେକେଲା ଥାନା କେସ୍‌ ନଂ ୧୧୧/୨୦୨୪ରେ ଅଭିଯୁକ୍ତ ରାଜେଶଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କେସ୍‌ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଶେଷଦେବ ସେଠ୍ ସୂଚନା ଦେଇଛନ୍ତି । ତୁରେକେଲା ଥାନାଧିକାରୀ ରମାକାନ୍ତ ସାହୁ ଏବଂ ତାଙ୍କ ପୋଲିସ ଟିମ୍‌ ତୁରେକେଲା ଥାନା ଅଞ୍ଚଳରେ ବେଆଇନ କଫ ସିରଫ ମାଫିଆମାନଙ୍କ ଚେର କାଟିବା ପାଇଁ ପ୍ରସ୍ତୁତ ଥିବାବେଳେ ଏନେଇ ଅଞ୍ଚଳର କଫ ସିରଫ ମାଫିଆମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.