ପରିବା ହାଟରେ ଚାଲିଥିଲା ବାଘଛାଲ ଡିଲ : ଚଢାଉ କଲା ଏସଟିଏଫ ଟିମ : ବଡ ବ୍ୟବସାୟୀ ଫେରାର, ଛୋଟ ବେପାରୀ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବନ୍ଧନଝୁଲି ହାଟରେ ଚାଲିଥିଲା ବାଘ ଛାଲ କିଣା ବିକାର ଗୋପନ ଡିଲ । ସୂଚନା ପାଇ ସେମାନଙ୍କୁ ଧରିବା ପାଇଁ ଜାଲ ବୁଣିଥିଲା ଥିଲା ସ୍ୱତନ୍ତ୍ର ଟାସ୍କଫୋର୍ସ ପୋଲିସ । ହେଲେ ଛଦ୍ମବେଶୀ ପୋଲିସକୁ ଦେଖି ଚଢ଼ଉର ବାସ୍ନା ଠଉରାଇ ସେଠାରୁ ଚମ୍ପଟ ମାରିବାକୁ ସକ୍ଷମ ହେଲା ବାଘ ଛାଲ କ୍ରୟ କରିବାକୁ ଆସିଥିବା ଫୋଖତ ବ୍ୟବସାୟୀ ଜଣକ । ମାତ୍ର ହାବୁଡରେ ଫସିଗଲା ବିକ୍ରି କରିବାକୁ ଆସିଥିବା ଛୋଟ ବେପାରୀ ।ଅତର୍କିତ ଚଢ଼ାଉ କରି ଏସଟିଏଫ ପୋଲିସ ଜବତ କଲା ଏକ ପନି ପରିବା ବ୍ୟାଗ । ତଲାସୀ ବେଳେ ପରିବା ଭର୍ତ୍ତି ବ୍ୟାଗ ଭିତରୁ ବାହାରିଲା ବାଘଛାଲ । ପଣ୍ଡ ହୋଇଗଲା ଅଙ୍କକଷା । ଯେଉଁ ହାତରେ ବିଡାବିଡା ନୋଟ ଧରିବ ବୋଲି କେତେ ସପନ ଓ ଆଶା ନେଇ ବେପାରୀ ଜଣକ ଆସିଥିଲା ସେହି ହାତରେ ହାତକଡୀ ଓ ଅଣ୍ଟାରେ ବେଡି ଲଗାଇ ସେଠାରୁ ବୋହିନେଲେ ଏସ ଟିଏଫ । ହାଟରେ ଉପସ୍ଥିତ ଥିବା ଲୋକେ କିଛି ବୁଝିବା ଆଗରୁ ତାକୁ ଗାଡିରେ ବସାଇ ନେଇଗଲେ । ଗିରଫ ଜଣକ ବୌଦ୍ଧର ମହେନ୍ଦ୍ର ଭାଇନା ବୋଲି ପରେ ଜଣାପଡିଲା ଏକଥା ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟୀକରଣ ରଖିଛି ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଡିଲ ପୂର୍ବରୁ ବଜାରରେ ଜଗିଥିଲା ପୋଲିସ । ପରିବା ବଜାରରେ ବାଘ ଛାଲ ଡିଲ ନେଇ ମୁଲଚାଲ ଆରମ୍ଭ ହୋଇଥିଲା । ହେଲେ ଜଣେ ଧରା ପଡିଲା ଅନ୍ୟଜଣେ ଫେରାର ହୋଇଗଲା।ତେବେ ବାଘ ଛାଲ ଜବତ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା କରିଛି ଏସଟିଏଫ । ଏହାବାଦ ଏସଟିଏଫ ତରଫରୁ ବର୍ଷକରେ ଏହିଭଳି ୧୬ଟି ମାମଲାରେ ସମୁଦାୟ ୨୬ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ୧ ୪ଟି ବାଘ ଛାଲ ସମେତ ୯ଟି ହାତୀ ଦାନ୍ତ, ଦୁଇଟି ହରିଣ ଛାଲ ଓ ୩ଟି ପୋଙ୍ଗୋଲିନ ଛାଲ ଜବତ କରିଥିବା ଜଣାଯାଇଛି ।

Leave A Reply

Your email address will not be published.

four × 1 =