ବର୍ଜ୍ୟବସ୍ତୁ ପରିଚାଳନା ନେଇ ସଚେତନତା କର୍ମଶାଳା

ବୌଦ୍ଧ, (ବଂଶୀଧର ମାଝୀ) : ହରଭଙ୍ଗା ବ୍ଲକର ବୀରନରସିଂପୁର ସ୍ଥିତ ନର୍ସରୀ ଠାରେ ଗୁରୁବାର ଜିଲ୍ଲା ଜଳ ଓ ପରିମଳ ମିଶନ ତରଫରୁ କଠିନ ଓ ତରଳ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ପଞ୍ଚାୟତ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ଅଧିକାରୀ ବବିତା ରାଣୀ ଦଳବେହେରା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ହରଭଙ୍ଗା ପଞ୍ଚାୟତ ସ୍ୱାମୀ, ସମିତି ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବିଡିଓ ନୀଳକଣ୍ଠ ବେହେରା ପ୍ରମୁଖ ସମ୍ମାନୀତ ଏତିଥିଭାବେ ଯୋଗ ଦେଇଥିଲେ । ଉପସ୍ଥିତ ସମସ୍ତ ଆଶା, ଅଙ୍ଗନୱାଡି, ଏମ୍ ବି କେ, ସିଆର୍ପି, ୱାର୍ଡ ମେମ୍ବର ମାନଙ୍କୁ ଯୋଜନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ସମ୍ପର୍କରେ ତାଲିମ ଦିଆ ଯାଇଥିଲା, ତାଲିମ ଦାତା ଭାବେ ଜିଲ୍ଲା ମାଷ୍ଟର ଟ୍ରେନର ରଞ୍ଜନ କୁମାର ପାତ୍ର ବର୍ଜ୍ୟବସ୍ତୁର ବିଭିନ୍ନ ଦିଗ ଉପରେ ବିଶଦ ଜ୍ଞାନ ଦେଇଥିଲେ, ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ, ପିଇଓ ପୁରନ୍ଦର ଠେଲାଙ୍କ ସମେତ ବ୍ଲକ୍ କୋଡ଼ି ନେଟର ବାସୁଦେବ ପୁରସେଠ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମକୁ ଦେବାଶିଷ ମହାକୁଲ ପରିଚାଳନା କରିଥିଲେ ।

Leave A Reply

Your email address will not be published.

16 − 2 =