ବିଇଡି ପରୀକ୍ଷା ଓ ସାର୍ଟିଫିକେଟ୍ ରାକେଟ : ୩୫ହଜାର ଟଙ୍କା ଠକେଇ ନେଇ ଅଭିଯୋଗ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଜାଲ ସାର୍ଟିଫିକେଟ ରାକେଟ ସକ୍ରିୟ ହୋଇଥିବା ଅଭିଯୋଗ ହେଉଥିବା ବେଳେ ଆଜି ଆଉ ଏକ ମାମଲା ସାମ୍ନାକୁ ଆସିବା ସହ ଏନେଇ ବାଉଁଶୁଣୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଅନଲାଇନ ଜରିଆରେ ବିଇଡି ପରୀକ୍ଷା ଓ ସାର୍ଟିଫିକେଟ୍ କରାଇ ଦେବା ନାମରେ ଛାତ୍ରଛାତ୍ରୀମାନଙ୍କ ଠାରୁ ହଜାର ହଜାର ଟଙ୍କା ଠକାଇ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାର ବାଉଁଶୁଣୀ ଥାନାରେ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମର ଗିରିଧାରି ମେହେର ଏକ ଲିଖିତ ଏତେଲା ଦାୟର କରିଛନ୍ତି । ସେ ନିଜର ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଝିଅକୁ ଅନଲାଇନ ଜରିଆରେ ବିଇଡି ପରୀକ୍ଷା କରେଇ ସାର୍ଟିଫିକେଟ୍ ଦିଆଯିବ । ସେଥିପାଇଁ ୩୫ହଜାର ଟଙ୍କା ଆବଶ୍ୟକ ବୋଲି ବାଉଁଶୁଣୀ ଗ୍ରାମର ନୀଳାମ୍ବାର ସାହୁ ଓ ସୁବ୍ରତ ସାହୁ ନାମକ ୨ଜଣ ବ୍ୟକ୍ତି ତାଙ୍କ ଠାରୁ ନଗଦ ୩୫ ହଜାର ଟଙ୍କା ନେଇଥିଲେ । ମାତ୍ର ପରେ ସେ ଠକେଇର ଶିକାର ହୋଇଥିବା ଜାଣି ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଥିବା ହୋଇଛନ୍ତି । ବାଉଁଶୁଣୀ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.

nine − five =