pakka

ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ବାଲିଗୁଡ଼ା ପୋଲିସ : ନଗଦ ଟଙ୍କା ସହ ମାରଣାସ୍ତ୍ର ଓ ଚୋରି ମୋଟରସାଇକେଲ ଜବତ

bbehera

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଏକ ୬ଜଣିଆ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ବାଲିଗୁଡ଼ା ପୋଲିସ୍ । ଏନେଇ ବାଲିଗୁଡ଼ା ଏସ୍‌ଡିପିଓ ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ନଗଦ ଏକ ଲକ୍ଷ ଟଙ୍କା, ଗୋଟିଏ ଦେଶୀ ପିସ୍ତଲ୍, ଗୋଟିଏ ଛୁରୀ, ଦୁଇଟି ମୋବାଇଲ୍ ସମେତ ଗୋଟିଏ ଚୋରି ମୋଟର ସାଇକେଲ ଅଭିଯୁକ୍ତଙ୍କ ନିକଟରୁ ଜବତ କରିଛି ପୋଲିସ୍ । ପୂର୍ବରୁ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଅଜୟ ଦିଗାଲକୁ ପୋଲିସ୍ ଗିରଫ କରିଥିବା ବେଳେ ଆଉ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ । ବର୍ତ୍ତମାନ ସୁଦ୍ଧା ତିନି ଜଣ ଗିରଫ ହୋଇଥିବା ବେଳେ ଗ୍ୟାଙ୍ଗର ଆଉ ତିନି ଜଣଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ପୋଲିସ୍ । ସୂଚନା ପ୍ରକାରେ ଗତ ୨୦୨୨ ମସିହା ନଭେମ୍ବର ମାସରେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟ୍ଟା ନିକଟସ୍ଥ ମା’ବରାଳ ଦେବୀ ପେଟ୍ରୋଲ ପମ୍ପର ମ୍ୟାନେଜର ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଯିବା ସମୟରେ ତୁମୁଡ଼ିବନ୍ଧ କଲେଜ ନିକଟରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଏହାପରେ ଚଳିତ ବର୍ଷ ଜାନୁୟାରୀ ୨୯ ତାରିଖରେ ପୁଣିଥରେ ବିଳମ୍ବିତ ରାତିରେ ଜଲେଶପଟ୍ଟା ସ୍ଥିତ ସେହି ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତ ପହଁଚି କର୍ମଚାରୀଙ୍କୁ ମାଡ଼ ମାରି ଭଙ୍ଗାରୁଜା କରିବା ସହ କିଛି ଟଙ୍କା ସମେତ ଏକ ମୋଟର ସାଇକେଲ ଲୁଟି ନେଇଥିଲେ । ଏହାପରେ ଫେବୃଆରୀ ୮ତାରିଖ ସନ୍ଧ୍ୟା ସମୟରେ ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ରାସ୍ତାରେ କାଠ ଓ ପଥର ପକାଇ ଏକ ଟ୍ରକ୍ ଅଟକାଇ ଟ୍ରକ୍ ଡ଼୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଡ୍ରାଇଭର ଓ ଟ୍ରକରେ ଆସୁଥିବା ଜଣେ ଶିକ୍ଷକଙ୍କୁ ମାଡ଼ ମାରି ସେମାନଙ୍କ ନିକଟରୁ ୨୬ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ସମସ୍ତ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ତଦନ୍ତ ଜାରି ରଖିଥିଲା ସ୍ୱତନ୍ତ୍ର ଟିମ୍ । ଡକାୟତି ଗ୍ୟାଙ୍ଗକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ୍ । ଫଳ ସ୍ୱରୂପ ପୂର୍ବରୁ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବର୍ତ୍ତମାନ ପୁଣି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ୍ । ଗିରଫ ଦୁଇ ଯୁବକ ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ରିଚାର୍ଡ ନାୟକ ଓ ପ୍ରିୟ ମଣ୍ଡଳ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

10 + twenty =