jsm

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଲାଫେର ଗୌନ୍ତିଆ କିର୍ତ୍ତି ମାଝୀଙ୍କ ପରଲୋକ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ ଲାଫେର ଗ୍ରାମର ଗୌନ୍ତିଆ କୀର୍ତ୍ତି ଚନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଘଟିଛି । ସେ ୩୦ ନମ୍ବର ଜୋନ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଝିଙ୍କିଡୁଙ୍ଗୁରି ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଭାବରେ ପଦବୀ ହାସଲ କରିଥିଲେ । ତେବେ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ପୁର୍ବତନ ସାଂସଦ ଶରତ ପଟନାୟକ, ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିର୍ଦ୍ଧିଚାନ୍ଦ ଜୈନ, ହୃଷିକେଶ ରାଜପଲିଆ, ବଜରଙ୍ଗ ଜୈନ, ଅନନ୍ତ କାଲସାଏ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ କାମନା କରିଛନ୍ତି ।

yuvodaya
Leave A Reply

Your email address will not be published.