ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ : ଲକଡ଼ାଉନରେ ପୋଲିସର କଡ଼ାକଡ଼ି ଯାଂଚ

ମ.ରାମପୁର, (ହେମନ୍ତ ସାହୁ) : ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେଇଛି ଲକଡ଼ାଉନ । କେବଳ ଗୋଟିଏ ପ୍ରୟାସ, ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ମଧ୍ୟ ପ୍ରଶାସନ ତରଫରୁ ଯାଂଚ କଡ଼ାକଡ଼ି କରାଯାଇଛି । ତେବେ ସକାଳ ୬ଟାରୁ ୧୨ଟା ଯାଏଁ ଲୋକଙ୍କୁ ଘର ପାଇଁ ଅତ୍ୟାବଶୀୟ ସାମଗ୍ରୀ ଘରଠାରୁ ପାଂଚଶହ ମିଟର ଦୂର ଯାଏଁ ଯାଇ ଆଣିବାକୁ ଅନୁମତି ଥିଲା । ସେହି ସମୟ ମଧ୍ୟରେ କିଛି ଲୋକଙ୍କ ଯାତାୟତ ଲାଗି ରହିଥିଲା । ପରେ ଦିନ ୧୨ଟା ସମୟରୁ ରାସ୍ତାଘାଟ ସଂପୂର୍ଣ୍ଣ ଭାବରେ ଖାଲି ପଡ଼ିଯାଇଥିବା ଜଣାଯାଇଛି । କରୋନାର ସଂକ୍ରମଣକୁ ରୋକିବାକୁ ଓଡ଼ିଶା ସରକାର ଦେଇଥିବା ଚଳିତ ଥରର ପ୍ରଥମ ପର୍ଯ୍ୟାୟ ଲକଡ଼ାଉନକୁ ଜନସାଧାରଣ ହୃଦୟଙ୍ଗମ କରି ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା । ଆଜିର ଏହି ଯାଂଚ ସମୟରେ ସ୍ଥାନୀୟ ସରପଂଚ ଚିତ୍ତରଂଜନ ବାଗ, ଥାନାଧିକାରୀ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

eight − three =

error: Content is protected !!