pakka

ହୃଦଘାତରେ ଆଇନଜୀବୀଙ୍କ ପରଲୋକ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଆଇନଜୀବୀ ସୁଶାନ୍ତ ମାଝୀ (୫୦)ଙ୍କ ହୃଦଘାତରେ ଗୁରୁବାର ସକାଳେ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାଇ ଶ୍ରୀ ମାଝୀ ସବୁଦିନ ଭଳି ଗୁରୁବାର ସକାଳେ କୁଶଙ୍ଗ ଛକରୁ ଚା’ ପିଇବା ପରେ ଗାଁର କିଛି ଲୋକଙ୍କ ସହ କଥାବାର୍ତ୍ତା ହୋଇ ନିକଟସ୍ଥ ବଡ଼ଯୋର ନାଳକୁ ଗାଧୋଇବାକୁ ଯାଇଥିଲେ । ନାଳରେ ଗାଧୋଉ ଥିବା ଅବସ୍ଥାରେ ସେ ହଠାତ ଚେତାଶୂନ୍ୟ ହୋଇ ପଡିଥିଲେ । ଆଖ ପାଖରେ ଥିବା ଲୋକଙ୍କ ନିକଟରୁ ଖବର ପାଇ ପରିବାର ଲୋକେ ଏକ ଗାଡିଭଡା କରି ତାଙ୍କୁ ଚିକିତ୍ସା ପାଇଁ ପୁରୁଣାକଟକ ମେଡ଼ିକାଲ ନେଇଥିଲେ । ମାତ୍ର ସେଠାରେ ତାଙ୍କୁ ପରୀକ୍ଷା କରି ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କର ଆକସ୍ମିକ ବିୟୋଗ ଖବର ମିଳିବା ପରେ ହରଭଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଲାପି ଓ ପର ଉପକାରୀ ମଣିଷ ଭାବରେ ସମସ୍ତଙ୍କର ପ୍ରିୟଭାଜନ ଥିଲେ । ଏନେଇ ହରଭଙ୍ଗା ଓକିଲ ସଂଘ ପକ୍ଷରୁ ଏକ ଶୋକସଭା କରାଯାଇ ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକ ସନ୍ତଃପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରାଯାଇଛି । ତାଙ୍କର ଅସହାୟ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

seventeen − 2 =