
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ପଞ୍ଚାୟତ ଅନ୍ତର୍ଗତ ଦୁଲୁକିବନ୍ଧ ଗ୍ରାମର ଯୁବ ଉଦ୍ୟୋଗୀ ମନମୋହନ ପଣ୍ଡାଙ୍କ ୪୫ବର୍ଷ ବୟସରେ ଗତ ଶନିବାର ବିଳମ୍ବିତ ରାତିରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ଏକ ସମ୍ଭ୍ରାନ୍ତ ପରିବାରର ଅଜିତ କୁମାର ପଣ୍ଡାଙ୍କ ଏକ ମାତ୍ର ପୁତ୍ର ହୋଇଥିବା ବେଳେ ଅନେକ ଦିନରୁ ଚିକିତ୍ସିତ ହେଉଥିଲେ । ଛାତ୍ର ଜୀବନରୁ ମେଳାପୀ ଓ ପୀଡିତଙ୍କ ପାଇଁ ସହଯୋଗର ହାତ ବଢ଼ାଇ ଆସୁଥିବା ସ୍ୱର୍ଗତ ପଣ୍ଡାଙ୍କ ତିରୋଧାନ ଅଞ୍ଚଳରେ ଏକ ଶୂନ୍ୟତା ଆଣିଥିବା ବେଳେ ପରିବାର ଲୋକେ ଘରର ଏକ ମାତ୍ର ପୁତ୍ରକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଅଞ୍ଚଳର ଅନେକ ଲୋକ ଅନ୍ତିମ ଦର୍ଶନ ପାଇଁ ଆସିଥିବା ବେଳେ ଶବାଧାରରେ ଶତାଧିକ ଲୋକ ଉପସ୍ଥିତ ଥିଲେ । ବାପା ଅଜିତ କୁମାର ପଣ୍ଡା ଓ କାକା ଅନିଲ କୁମାର ଏକ ଶୋକାକୁଳ ପରିବେଶରେ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ପଣ୍ଡାଙ୍କ ଦୁଇ ଶିଶୁ କନ୍ୟା ଥିବା ଜଣାପଡ଼ିଛି ।
