jayashree

ଶତାୟୁ ପୁରୁଷ ତଥା ଧର୍ମ ପରାୟଣ କୁଦ ପାତ୍ରଙ୍କ ୧୦୬ ବୟସରେ ପରଲୋକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍‌ଏସିର ସର୍ବ ବୃହତ୍ତମ ସାହି ଅନ୍ତର୍ଗତ ବାଲିଗୁଡା ନୂଆସାହି ନିବାସୀ ଶତାୟୁ ପୁରୁଷ ତଥା ଧର୍ମ ପରାୟଣ କୁଦ ପାତ୍ରଙ୍କ ବୁଧବାର ସକାଳ ଦଶ ଘଟିକା ସମୟରେ ନୂଆସାହି ସ୍ଥିତ ନିଜ ବାସଭବନରେ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ପଦ୍ମନ ପାତ୍ର ନାତିଆ ଜଗନ୍ନାଥ ପାତ୍ରଙ୍କ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ । ଗାଁ ମଶାଣିରେ ବଡ଼ପୁଅ ପଦ୍ମନ ପାତ୍ର ମୁଖଗ୍ନୀ ଦେଇଥିଲେ । କୁଦ ପାତ୍ର ଙ୍କ ବିୟୋଗ ଖବର ପାଇ ଆଖ ପାଖ ଅଞ୍ଚଳରୁ ଶତାଧିକ ଲୋକ ଆସି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ କ୍ଷ ସେ ଜଣେ ପରୋପକାରୀ ଧର୍ମପରାୟଣ ମିଷ୍ଟଭାଷୀ ହୋଇ ଥିବାରୁ ବାଲିଗୁଡା ଅଞ୍ଚଳରେ ଶୋକର ଛାୟାଖେଳି ଯାଇଛି ।

Leave A Reply

Your email address will not be published.