
ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ରାତି ସାଢେ ୧୦ଟା ସମୟରେ ବଲାଙ୍ଗିର ସହର ଟିକ୍ରାପଡାର ମୂଳ ବାସିନ୍ଦା ବୀରେନ୍ଦ୍ର କୁମାର ସାହୁଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ସୂଚନା ଦେଇଛନ୍ତି ମୃତକଙ୍କ ପୁତୁରା ମନୋରଞ୍ଜନ ସାହୁ । ଗତ କିଛିଦିନ ଧରି ବୀରେନ୍ଦ୍ର ସାହୁ ସାହୁ ନିଜ ପୁଅଙ୍କ ସହ ତାଙ୍କ ରୁଗୁଡ଼ିପଡା ବସଭବନରେ ରହି ଆସୁଥିଲେ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ କିଛି ଦିନ ହେଲା ଶଯ୍ୟାଶାୟୀ ଥିଲେ । ଜଣେ ମେଳାପୀ ଓ ସିଧାସାଧା ମଣିଷ ଭାବରେ ସେ ଜଣାଶୁଣା ଥିଲେ । ମୃତ୍ୟୁ ଶଯ୍ୟାରେ ତାଙ୍କ ଦୁଇ ପୁଅ ଆନିଷ ଓ ଦେବାଶିଷ, ଦୁଇ ବୋହୂଙ୍କ ସମେତ ଝିଅ ଅନିତା, ଝିଅ ଜ୍ୱାଇଁ, ନାତିନାତୁଣୀ ଓ ସାହୁ ପରିବାର ବର୍ଗର ସଦସ୍ୟମାନେ ଉପସ୍ଥିତ ଥିଲେ । ଆଜି ମୃତ୍ୟୁ ଖବର ଜଣାପଡିବା ପରେ ଉଭୟ ରୁଗୁଡ଼ିପଡା ଏବଂ ଟିକ୍ରାପଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ସକାଳେ ସ୍ଥାନୀୟ ବିଭୁତିପଡା ଶ୍ମଶାନ ଘାଟ ଠାରେ ଶ୍ରୀ ସାହୁଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ ପୁଅ ଆଶିଷ ସାହୁ ମୁଖାଗ୍ନି ଦେଇଥିଲେ । ଶ୍ରୀ ସାହୁଙ୍କ ବିୟୋଗରେ ଟିକ୍ରାପଡା ଗାନ୍ଧୀ ପାଠାଗାର ଏବଂ ଜିଲ୍ଲା ଗୁଡ଼ିଆ ସମାଜ ତରଫରୁ ଗଭୀର ଶୋକପ୍ରକାଶ କରାଯାଇଛି ।