jayashree

ଏ.ଏସ୍‌.ବି.ଏମ୍ ଘରୋଇ ଶିକ୍ଷାନୁଷ୍ଠାନର ଶତପ୍ରତିଶତ ସଫଳତା

ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷାରେ

ଛତ୍ରପୁର, (କେ ସତ୍ୟନାରାୟଣ ରେଡ୍ଡି) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏ.ଏସ୍‌.ବି.ଏମ୍ ଇମ୍ପେରିଆଲ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଏହି ସଂସ୍ଥାର ଗୌରବକୁ ଅର୍ଜନ କରିଛନ୍ତି । ଚଳିତ ବର୍ଷ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଏହି ସଂସ୍ଥାନର ମୋଟ ୨୪ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେଇଥିବା କରିଥିବା ବେଳେ ସମସ୍ତେ କୃତ୍ତିତ୍ୱର ସହ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ୩ଜଣ ଛାତ୍ରଛାତ୍ରୀ ୯୦% ରୁ ଅଧିକ ନମ୍ବର ରଖିଥିବା ବେଳେ ୨୧ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କୃତ୍ତି ଛାତ୍ରୀ ସୁଶ୍ରୀ ଅଞ୍ଜଳି କୁମାରୀ ସାହୁ ୬୦୦ରୁ ୫୮୦ ନମ୍ବର ରଖି ଏହି ଅନୁଷ୍ଠାନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଜ୍ୟସ୍ତରରେ ଟପ୍ପର ହୋଇଛନ୍ତି । ଛାତ୍ର ଅଂଶୁମାନ ମହାରଣା ୬୦୦ରୁ ୫୭୧ ନମ୍ବର ରଖି ଦ୍ୱତୀୟ ସ୍ଥାନ ଏବଂ ସୁଶ୍ରୀ ସୁନୀତା ନାୟକ ୬୦୦ରୁ ୫୫୨ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସମସ୍ତ ଛାତ୍ରଛାତ୍ରୀମାନେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟୟନରତ ଛାତ୍ରଛାତ୍ରୀ ଅଟନ୍ତି । ଏହି ଅଭୁତପୂର୍ବ ସଫଳତା ପଛରେ ଅନୁଷ୍ଠାନର ପରିଚାଳନା କମିଟିର ସମ୍ପାଦକ ତଥା ନିର୍ଦ୍ଦେଶକ ଆର୍. ରଘୁନାଥ ରେଡ୍ଡୀ ଏବଂ ସଭାପତି ସତ୍ୟବ୍ରତ ଶତପ‌ଥୀଙ୍କ ଉଦ୍ୟମରେ ଗୁରୁବାର ସନ୍ଧ୍ୟାରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରି ଶୁଭେଚ୍ଛା ଓ ଅଭିନନ୍ଦନ ସ୍ୱରୂପ କୃତ୍ତି ବିଦ୍ୟାର୍ଥୀମାନଙ୍କୁ ଗୁରୁମନ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ନିରନ୍ତର ପରିଶ୍ରମ, ପଠନ କ୍ଷେତ୍ରରେ କୃତାର୍ଥ ଲାଭ କରିବା ସାଂଗକୁ ଅଧ୍ୟାପକମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ଏବଂ ଅଭିଭାବକମାନଙ୍କ ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି ବୋଲି ଛାତ୍ରଛାତ୍ରୀମାନେ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.