ଆନ୍ତର୍ଜାତିକ କ୍ରୀଡ଼ାବିତ୍ ସୁଶିଲ ଦାସଙ୍କ ପରଲୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଇକ୍ଲିଂରେ ଆନ୍ତର୍ଜାତିକ ସ୍ତରରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥିବା କ୍ରୀଡ଼ାବିତ୍ ସୁଶିଲ ଦାସଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଫଳରେ ରାଉରକେଲା ମାଟି ଏକ ବିଶିଷ୍ଟ କ୍ରୀଡ଼ାବିତ୍‌ଙ୍କୁ ହରାଇଲା ବୋଲି ରାଉରକେଲାବାସୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଗତ ୪ମାସ ପୂର୍ବରୁ ସେ ରାଉରକେଲା ଇସ୍ପାତ କାରଖାନାର କ୍ରୀଡା ବିଭାଗରୁ ଅବସର ନେଇଥିଲେ । ସେ ରାଉରକେଲାରେ ଅନେକ ପ୍ରତିଭାମାନ ସାଇକେଲିଷ୍ଟଙ୍କୁ କୋଚିଂ ଦେଇ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି । ତାଙ୍କ ପ୍ରଶିକ୍ଷଣରେ ଦୀନେଶ କୁମାର ଓ ସ୍ୱାତୀ ସିଂ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ସେହିପରି ଆର୍‌ଏସ୍‌ ଉପାସନା ଓ ସାର୍ଥକ ପାତ୍ର ଇଣ୍ଡିଆ କ୍ୟାମ୍ପରେ ସ୍ଥାନ ପାଇଛନ୍ତି । ତାଙ୍କ ବିୟୋଗ ଖବର ପାଇ ରାଉରକେଲା ବିଧାୟକ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ ତଥା ବହୁ କ୍ରୀଡା ସଂଗଠନ ଶୋକ ପ୍ରକାଶ କରିଛନ୍ତି । ସେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଦସ୍ୟା ସସ୍ମିତା ପ୍ରଧାନଙ୍କ ସମ୍ପର୍କୀୟ ଅଟନ୍ତି ।

Leave A Reply

Your email address will not be published.