csstore

କୋଏଲ ନଗର ଡି’ ବ୍ଲକ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଡି’ ବ୍ଲକ ସ୍ଥିତ ଶ୍ରୀ ଶ୍ରୀ ସର୍ବଜନୀନ ଦୁର୍ଗା ପୂଜା କମିଟି -୨୦୨୫ର ପ୍ରସ୍ତୁତି ବୈଠକ ସଭାପତି ଦେବେନ୍ଦ୍ରନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ ପରେ ମହାସଚିବ ଜୟଶ୍ରୀ ପାଣିଗ୍ରାହୀ ପୂଜା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ସଂଯୋଜକ ଦିଲୀପ କୁମାର ମହାନ୍ତିଙ୍କ ଦ୍ୱାରା କାର୍ଯ୍ୟକ୍ରମ ଓ ନୀତିକାନ୍ତି ସମ୍ପର୍କରେ ସ୍ପଷ୍ଟ ଭାବରେ ସୂଚନା ଦେଇଥିଲେ । ଏହି ବୈଠକରେ ଶୁଭେଚ୍ଛୁ ଅଶୋକ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରମେଶ ରଥ, ପ୍ରଫେସର ଡ. ଶ୍ୟାମପ୍ରସାଦ ​​ସ୍ୱାଇଁ, ରାଜକିଶୋର ସାମଲ, ଅମରେନ୍ଦ୍ର ରାଉତ ଏବଂ ନେତୃତ୍ୱାଧୀନ ମହିଳା ସଦସ୍ୟା ଜ୍ୟୋସ୍ନା ଦାସ, ସସ୍ମିତା ପ୍ରଧାନ, ସଂଗୀତା ଶାହା, ରଶ୍ମିତା ବେହେରା, ଶାନ୍ତି ପଣ୍ଡା, ମନୋରମା ବେହେରା ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଆଗାମୀ ପିଢ଼ିର ଅଙ୍କିତ, ବୁଧରାମ, ନଭରଙ୍ଗୀ ଏବଂ ଅନ୍ୟମାନଙ୍କ ଉପସ୍ଥିତି ପୂଜା ପ୍ରସ୍ତୁତିରେ ସହଯୋଗ କରିଥିଲେ । ଶେଷରେ ଉପସଭାପତି ଦିଲୀପ କୁମାର ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ସାଧାରଣ ସମ୍ପାଦିକା ଜୟଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ପୂଜା ମଣ୍ଡପ ଛାତ ଏବଂ ମା’ ଦୁର୍ଗାଙ୍କ ଜରୀ ମେଢ, ସାଜସଜ୍ଜାର ସିଭିଲ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଦାତା ଅଶୋକ କୁମାର ମହାନ୍ତି ଏବଂ ପ୍ରଫେସର ଡ. ଏସ୍‌ ପି ସ୍ୱାଇଁଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.