csstore

ଗଜେନ୍ଦ୍ର ପାଣିଗ୍ରାହୀଙ୍କ ପରଲୋକ

ସାଲେଭଟା, (କେପିଏନ୍‌ଏସ୍‌) : ତରଭା ବ୍ଲକ ମେଣ୍ଡା ଗ୍ରାମର ଗଜେନ୍ଦ୍ର ପାଣିଗ୍ରାହୀ (୭୦)ଙ୍କ ପରଲୋକ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ୨ ତାରିଖ ଦିନ ମେଣ୍ଡା ହାଟପଦା ସ୍ଥିତ ତାଙ୍କ ଦୋକାନ ପାଖରେ ହଠାତ୍‌ ପଡିଯାଇଥିବାରୁ ସଜ୍ଞାହୀନ ହୋଇଯାଇଥିଲେ । ତୁରନ୍ତ ଚିକିତ୍ସା ପାଇଁ ବରଗଡ ନିଆଯାଇଥିଲା । ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ଶୁକ୍ରବାର ରାତିରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ସନ୍ତୋଷ ପାଣିଗ୍ରାହୀ, ଆସୁତୋଷ ପାଣିଗ୍ରାହୀ, ପରିତୋଷ ପାଣିଗ୍ରହୀ ସମେତ ପୁତ୍ରବଧୁ ନାତି, ନାତୁଣୀ, ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ । ବହୁ ବିଶିଷ୍ଠ ବ୍ୟକ୍ତି ସ୍ୱର୍ଗତ ପାଣିଗ୍ରାହୀଙ୍କ ଶେଷଦର୍ଶନ କରିଥିଲେ । ଶବାଧାରରେ ରଘୁନାଥ ପାଢ଼ୀ, ଅଶୋକ କୁମାର ପାଢ଼ୀ, ଦେବେନ୍ଦ୍ର ପାଣିଗ୍ରାହୀ, ଅଶୋକ କୁମାର ଗଡତ୍ୟା, ମଧୁ ଟାଲି, ସୁବଳ ପାଣିଗ୍ରାହୀ, ବିରାଜନନ୍ଦ ପାଢ଼ୀ, ସୀତାରାମ ନାଏକ, ମଧୁ ଟାଲି, କୁଲଦୀପ ପାଢ଼ୀ, ସତ୍ୟ ପୁଝାହାରୀ, ଆଶିଷ କୁମାର ଆଗ୍ରାୱାଲା ଆଦି ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସୁକତେଲ ନଦୀ ସ୍ଥିତ ଶ୍ମଶାନ ଘାଟରେ ବଡପୁଅ ସନ୍ତୋଷ କୁମାର ପାଣିଗ୍ରାହୀ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।

jayashree
Leave A Reply

Your email address will not be published.