csstore

ସଇଁନ୍ତଲାରେ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭିନ୍ନକ୍ଷମ ସ୍କୁଲ ପରିସରରେ ଆଜି ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବଲାଙ୍ଗିର ସାଂସଦ ବ୍ଲକ ପ୍ରତିନିଧି ଅକ୍ଷୟ ରଣା, ବିଡିଓ ଚନ୍ଦ୍ରମଣି ନାଗ, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଲ ବୁଡେକ ଓ ତହସିଲଦାର ମନସିଫିଲ କେରକେଟା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସିଡିପିଓ ସବିତା ଦାଶ, ବିବିନା ସରପଞ୍ଚ ପୁରୁଷୋତ୍ତମ କଲତା, ସିସକେଳା ସମିତି ସଭ୍ୟ ଉମାକାନ୍ତ ରଣା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ବ୍ଲକ ବିଜେଡ଼ି ଯୁବ ସଭାପତି ଭୈରବ ସାହୁ, କେଶବ ଚନ୍ଦ୍ର ନାଏକ, ଗଣ୍ଡପତ୍ରାପାଲି ସରପଞ୍ଚ ମନିଷ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.