ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ସ୍ଥିତ ଏକ ହସ୍ପିଟାଲରେ ପଦ୍ମପୁର ଭେଉଁରିଆ ଛକ ନିବାସୀ ବିଶିଷ୍ଟ ଗାନ୍ଧିବାଦୀ ତଥା ଭୂଦାନ କର୍ମୀ ଗଜେନ୍ଦ୍ର ପ୍ରସାଦ ଦାସଙ୍କ ଧର୍ମପତ୍ନୀ ତଥା ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷୟିତ୍ରୀ ସରୋଜିନୀ ଦାସ(୮୨)ଙ୍କ ସୋମବାର ଦିନ ଅପରାହ୍ନରେ ପରଲୋକ ହୋଇଯାଇଛି । ତାଙ୍କର ମର ଶରୀର ପଦ୍ମପୁର ବାସଭବନକୁ ପହଞ୍ଚିବା ପରେ ଅନେକ ବ୍ୟକ୍ତି ବିଶେଷ ଯାଇ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତା ଦାସ ରାଜ୍ୟର ବିଭିନ୍ନ ସେବାଶ୍ରମରେ ଶିକ୍ଷକତା କରି ଚାକିରିର ଅନ୍ତିମ କାଳ ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ କଟାଇ ଅବସର ନେଇଥିଲେ । ପଦ୍ମପୁର ସହରର ସଙ୍ଗୀତ ଓ ଶାସ୍ତ୍ରୀୟ ନୃତ୍ୟର ବିକାଶରେ ସ୍ୱର୍ଗତା ଦାସଙ୍କ ବିଶେଷ ଅବଦାନ ରହିଛି । ଜଣେ ଅମାୟିକ,
ଧର୍ମ ପରାୟଣା, ମେଳାପୀ ତଥା ସ୍ନେହୀ ମହିଳା ଭାବେ ସେ ସର୍ବତ୍ର ପରିଚିତ ଥିଲେ । ସେ ତାଙ୍କ ପଛରେ ସ୍ୱାମୀ, ତିନି ପୁତ୍ର ପ୍ରଦୀପ୍ତ, ସୁଦିପ୍ତ, ଉଦ୍ଦପ୍ତ, ତିନି ପୁତ୍ରବଧୂ, ଚାରି କନ୍ୟା ଅଂଜଳି, ଅଞ୍ଜନା, ଅର୍ଚ୍ଚନା, ସସ୍ମିତା, ଜ୍ୱାଇଁ ତଥା ନାତି ନାତୁଣୀମାନଙ୍କୁ ଛାଡି ଯାଇଛନ୍ତି । ତାଙ୍କର ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ତାଙ୍କର କୁସୁନାପାଲି ସ୍ଥିତ ଚାଷ ଜମିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ପ୍ରଦୀପ୍ତ ଦାସ ମୁଖାଗ୍ନି ଦେଇଥିଲେ । ସ୍ଵର୍ଗତା ଦାସଙ୍କ ପରଲୋକକୁ ନେଇ ସାରା ପଦ୍ମପୁର ସହରରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.

eighteen − 17 =