ଶିକ୍ଷକ ପ୍ରତିନିଧିମାନଙ୍କୁ ନେଇ ଜରୁରୀକାଳୀନ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସନ୍ନିକଟ ମଣ୍ଡପଠାରେ ବଲାଙ୍ଗିର ବ୍ଲକର ସମସ୍ତ ବର୍ଗର ଶିକ୍ଷକ ପ୍ରତିନିଧିମାନଙ୍କୁ ନେଇ ଗତକାଲି ଏକ ଜରୁରୀକାଳୀନ ବୈଠକ ସଂଘର ସଭାପତି କମଳଲୋଚନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦୀର୍ଘ ଦିନରୁ ବିରୋଧ ଓ ଦାବୀ ଥିବା ଠିକା ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ସରକାର ଉଚ୍ଛେଦ କରି ଗତ ୨୦୧୩ର ଠିକା ନିଯୁକ୍ତି ରଦ୍ଦ ଘୋଷଣା କରି ସ୍ଥାନୀୟ ନିଯୁକ୍ତିକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ ପୂର୍ବକ ଖୁସି ବ୍ୟକ୍ତ କରାଗଲା । ଏହି ବୈଠକରେ ମତ ପ୍ରକାଶ ପାଇଥିଲା ଯେ, ଆମ ଭଳି ରାଜ୍ୟର ଲକ୍ଷ ଲକ୍ଷ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଉକ୍ତ ସ୍ଥାୟୀ ପ୍ରକ୍ରିୟାରେ କିଛି ବ୍ୟବସ୍ଥା କରାଯାଇ ନାହିଁ । ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଆଜି ସୁଦୃଢ, ସଂପ୍ରତି ରାଜ୍ୟ ସରକାର ବିଭିନ୍ନ ଜନ କଲ୍ୟାଣ ଯୋଜନା ମାନ ହାତକୁ ନେଇଛନ୍ତି । ବୋଧ ହୁଏ ସରକାର ସେହି ଅନ୍ଧାର ଅତୀତକୁ ଭୁଲିଯାଇ ଗତ ୨୦୧୩ଠାରୁ ଠିକା ଭାବେ ନିଯୁକ୍ତ କର୍ମଚାରୀମାନଙ୍କ ନିମନ୍ତେ ଆଇନ କରି ସେମାନଙ୍କ ପାଇଁ ମୂଳ ନିଯୁକ୍ତି ଦିନଠାରୁ ସ୍ଥାୟୀ ଓ ବାର୍ଷିକ ପରିବୃଦ୍ଧି ସୁଯୋଗ ସୃଷ୍ଟି କରିଛନ୍ତି । ବୋଲି ମତ ପ୍ରକାଶ ପାଇଥିଲା । ଆହୁରି ମଧ୍ୟ ମତ ପ୍ରକାଶ ପାଇଥିଲା ଯେ, ଆମ୍ଭେ ପ୍ରାଥମିକ ଶିକ୍ଷକ ଗଣ ଆଶା ଓ ଆଶଙ୍କା ମଧ୍ୟରେ ଥାଇ ବିନମ୍ରତାର ସହିତ ଜଣାଇ ଦେବାକୁ ଚାହୁଁଛୁ ଯେ, ୨୦୦୧ରେ ଅତି ସ୍ୱଳ୍ପବେତନ ଯାହାକି ମାସିକ ୧୫ ଶହ ମାତ୍ର ତାହା ପୁଣି ୪ରୁ ୬ ମାସ ମଧ୍ୟରେ ୨ରୁ ୩ ମାସ ଦେଇ ଅବଶିଷ୍ଟ ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରଦାନ କରାଯାଇଥାଏ । ନିଜକୁ ଓ ନିଜ ପରିବାରକୁ ଅନିଶ୍ଚିତ ଭବିଷ୍ୟତ ମଧ୍ୟକୁ ଠେଲି ଦେଇ ଶିକ୍ଷାଦାନ ଭଳି ଏକ ଗୁରୁଦାୟିତ୍ୱ ବହନ କରି ଆସିଛନ୍ତି । ସରକାରଙ୍କୁ ଆମର ଏତିକି ଅନୁରୋଧ ଯେ, ବୈମାତୃକ ମନୋଭାବ ପୋଷଣ ନକରି ସୁଦୃଢତାର ସହିତ ଅବହେଳିତ ଶିକ୍ଷକ ସମାଜର ମଙ୍ଗଳ ଚିନ୍ତା କରିବାକୁ ଅନୁରୋଧ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । ଏହି ବୈଠକରେ ସଂଘର ସମ୍ପାଦକ ବିଷ୍ଣୁ ଚରଣ ସାହୁ, ମହାଦେବ ମେଶ୍ୱା, ପ୍ରଜ୍ଞା ପରମିତା ବହିଦାର, ଜସ୍ମିନ ରାଣୀ ମିଶ୍ର, ବିଶ୍ୱାମିତ୍ର ନାଗ, ହରିବନ୍ଧୁ ଧରୁଆ, ହୋଲେଶ୍ୱର ଧରୁଆ, ଗଣେଶରାମ ପଣ୍ଡା, ରଞ୍ଜନ କୁମାର ପଣ୍ଡା, ବେଣୁଧର ମାଝି, ହେମନ୍ତ କୁମାର ବେହେରା, ରାମଚନ୍ଦ୍ର ପୁରୋହିତ, ଅନୁପ ହୋତା, ମାନସ ମିଶ୍ର, ମହେଶ ମଲ୍ଲିକ ପ୍ରମୁଖ ୫୦ରୁ ଅଧିକ ଶିକ୍ଷକ ଉକ୍ତ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 − 14 =