‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ ‘ଚାଲ ଖୁସି ବାଣ୍ଟିବା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଦୀପାବଳି ଅବସରରେ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଚାଲ ଖୁସି ବାଣ୍ଟିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗବିହାର ଡି.ଏନ୍‌. ରିଗାଲିଆ ମଲ୍ ସ୍ଥିତ ବାର୍‌ବେକିୟୁ ନେସନ୍ ରେଷ୍ଟୁରାଣ୍ଟ ଠାରେ ଆୟୋଜନ କରାଯାଇଥିଲା । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୭୦ ଜଣ ଦୃଷ୍ଟି ବାଧିତ ପିଲାମାନଙ୍କୁ ବାର୍‌ବେକିୟୁ ନେସନ୍ ରେଷ୍ଟୁରାଣ୍ଟ ନିଆଯାଇଥିଲା । ସେଠାରେ ପିଲାମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, ଓଡିଆ ସିନେଜଗତର ଅଭିନେତା ସମରେଶ ରାଉତରାୟ, ବୁଲୁ ଦାସ, ଦେବାଶିଷ ପାତ୍ର, ଅଭିନେତ୍ରୀ ପୁନମ ମିଶ୍ର ଉପସ୍ଥିତ ରହିଥିଲେ । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ଅନେକ ସମୟରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପର୍ବ ପର୍ବାଣୀରେ ଭିନ୍ନ ଧରଣର କାର୍ୟ୍ୟକ୍ରମ ଆୟୋଜନ କରିଥାଏ । ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସମ୍ପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଦେବୀ ପ୍ରସାଦ ମଙ୍ଗରାଜ, ଏବଂ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

16 − five =