jsm

ପାଇକମାଲ ହାଇସ୍କୁଲରେ ଫୁଟବଲ ବିତରଣ ଉତ୍ସବ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଫୁଟବଲ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବରିଷ୍ଠ ଖେଳାଳି କୁସୁମ କୁମାର ରାଓ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୫ଟି ଫୁଟବଲ ବିତରଣ ସହ ଜିଲ୍ଲା ତଥା ରାଜ୍ୟ ସ୍ତରର କୃତିତ୍ୱ ହାସଲ କରିବା ପାଇଁ ପୂର୍ବରୁ ସୁନାମ ଅର୍ଜନ କରିଥିବା ବିଦ୍ୟାଳୟକୁ ପୁଣି ଥରେ ସୁନାମ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । ବବିତା ବେହେରା, ତ୍ରିଲୋଚନ ନାଏକ, ଲଳିତ ବିଶ୍ୱାଳ, ରଜତ କୁମାର ସାହୁ, ଆନନ୍ଦିନୀ ସେଠ, ମଧୁସ୍ମିତା ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.