jsm

ସ୍ଵର୍ଗତ ମଠ ମହନ୍ତ ଦାଶରଥି ଦାଶ ମହାରାଜାଙ୍କ ଏକାଦଶାହ ଅନୁଷ୍ଠିତ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେନୁପଡା ଗାଦିବ୍ରହ୍ମ ପୀଠ ମଠ ମହନ୍ତ ସ୍ଵର୍ଗତ ଦାଶରଥି ଦାଶ ମହାରାଜାଙ୍କ ଏକାଦଶାହ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ନୂତନ ମଠାଧିଶ ମହନ୍ତ ଶିଶିର ଦାଶ ମହାରାଜାଙ୍କର ଦାୟିତ୍ଵ ବହନ, ଗାଦିସିନ କାର୍ଯ୍ୟକ୍ରମ, ମଙ୍ଗଳ ଆରତୀ, ଦ୍ଵାର ଫିଟା, ନାମ ସଂକୀର୍ତ୍ତନ, ନୀତିକାନ୍ତି ପୂଜା, ସୂର୍ଯ୍ୟ ପୂଜା, ଗୀତା ପାଠ, ହନୁମାନ ଚାଳିଶା ପାଠ, ସକଳ ନୀତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଆଖପାଖ ଅଞ୍ଚଳରୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

yuvodaya
Leave A Reply

Your email address will not be published.