ବିଜେପୁରରେ ପନିପରିବା ଦର ଆକାଶ ଛୁଆଁ

ବିଜେପୁର, (ସତ୍ୟନାରାୟଣ ପ୍ରଧାନ) : ବିଜେପୁରର ଦୈନିକ ବଜାର ବା ହଟଲିକୁ ସ୍ଥାନୀୟ ପ୍ରଶାସନ ସ୍ଥାନାନ୍ତରିତ କରିଦେଇ ଥିବାରୁ ଏବେ ପନିପରିବା ଦର ଅକାଶଛୁଆଁ ହୋଇଛି । ଶନିବାର ପରିବା ଦର ଟମାଟର ୫ ଟଙ୍କା ବଦଳରେ ୫୦ ଟଙ୍କା, ଫୁଲକୋବି ୫ ଟଙ୍କା ବଦଳରେ ୪୦ ଟଙ୍କା, ବନ୍ଧାକୋବି ୫ଟଙ୍କା ହେବା ବଦଳରେ ୩୦ ଟଙ୍କା, ଗାଜର ୨୦ ଟଙ୍କା ବଦଳରେ ୬୦ ଟଙ୍କା, ମଟର ୨୦ ଟଙ୍କା ବଦଳରେ ୬୦ ଟଙ୍କାରେ ବିକ୍ରି ହେଉଛି ଯାହାକି ସ୍ଥାନୀୟ ଖାଉଟିଙ୍କ ପକେଟ ଉପରେ କୋରଡା ମାଡ଼ ହୋଇଛି । ସ୍ଥାନୀୟ ଏନଏସି ଓ ପୋଲିସ ପୁରୁଣା ହଟଲିରେ ଦୋକାନ ନ ଖୋଲିବାକୁ ତାଗିତ କରିଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି । ନୂଆ ଏନଏସି ଗଠନ ହେବା ପରେ ଉଠା ଦୋକାନୀମାନଙ୍କୁ ଚିହ୍ନଟ ନକରି, ପରିଚୟପତ୍ର ନଦେଇ, ଷ୍ଟ୍ରୀଟ ଭେଣ୍ଡିଂ କମିଟି ଗଠନ ନକରି ଓ ଏହାର ବିନା ଅନୁମତିରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଠା ଦୋକାନୀ ଜୀବିକା ସୁରକ୍ଷା ଆଇନ ୨୦୧୪ର ଉଲ୍ଲଂଘନ ବୋଲି ଜିଲ୍ଳା ଉଠା ଦୋକାନୀ ସଂଘର ସଭାପତି ଅମିତାଭ ପାତ୍ର କହିଛନ୍ତି । ହଟଲିକୁ ହାଇ ସ୍କୁଲ ପଡିଆ ନିକଟକୁ ସ୍ଥାନାନ୍ତରିତ କରି ଏନଏସି କତ୍ତୃପକ୍ଷ ନିଜ ଦାଇତ୍ୱରୁ ମୁକ୍ତ ହୋଇଯାଇଥିବା ଅଭିଯୋଗ କରିଛନ୍ତି ମରୁତି ଉଠା ଦୋକାନୀ ସଂଘ । ଗ୍ରୀଷ୍ମ ଋତୁରେ ଖୋଲା ଆକାଶ ତଳେ ବ୍ୟବସାୟ କରି ସନ ଷ୍ଟ୍ରୋକରେ ଜଣେ ଦୋକାନୀ ବିପିନ ମେହେରଙ୍କ ଅକାଳ ମୃତ୍ୟୁ ହୋଇଥିବାରୁ ଏବେ ବ୍ୟବସାୟ ପାଇଁ ଉକ୍ତ ସ୍ଥାନକୁ ମଣୁ ନାହାଁନ୍ତି ଦୋକାନୀ । ଅନ୍ୟ ପଟେ ଟ୍ରାଫିକ ସମସ୍ୟା ଦର୍ଶାଇ ପୋଲିସ ଓ ପ୍ରଶାସନ ଦୈନିକ ବଜାରକୁ ଅନୁମତି ଦେଉନଥିବା କହୁଛି । ଏପରି ଅବସ୍ଥାରେ ଏହି ସମସ୍ୟାର ସମାଧାନ ନିମନ୍ତେ ବିକଳ୍ପ ସ୍ଥାନ ଦିଆ ନଗଲେ ଆଗକୁ ଆନ୍ଦୋଳନ ଜୋରଦାର ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.