ଲୋଇସିଂହାରେ କୋଶଳୀ ମାଳି ସମାଜର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା କଲେଜ ଛକସ୍ଥିତ ବାବାମଠ ଠାରେ କୋଶଳୀ ମାଳି ସମାଜର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ସମାଜର ବଲାଂଗିର ଜିଲ୍ଲା ସଭାପତି କାର୍ତିକ ପୁଟେଲ ଓ ସମ୍ପାଦକ ତୀରପାଠୀ ପୁଟେଲ ଯୋଗଦେଇ ସାମାଜିକ ରୀତିନୀତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ପର୍ୟ୍ୟବେକ୍ଷକ ତଥା ଉପ ସଭାପତି ବ୍ରଜ ପୁଟେଲ, ସୁବାସ ଚନ୍ଦ୍ର ପୁଟେଲ ରାଜ୍ୟ ଉପ ସଭାପତି ମାୟାଧର ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଶରତ କୁମାର ପୁଟେଲ, ରବୀନ୍ଦ୍ର ପୁଟେଲ ତଥା ସମାଜର ବହୁ ସଭ୍ୟ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେସରୋଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.