ଯୁବକଙ୍କ ଉଦ୍ୟମ କ୍ରମେ ପାଣି ପାଇଲେ ନାରାୟଣପୁର ବାସିନ୍ଦା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଯୁବକଙ୍କ ଉଦ୍ୟମ କ୍ରମେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ନାରାୟାଣପରୁ ଗ୍ରାମବାସୀ ନୁତନ ନଳକୁପ ପାଇବା ସହ ଗ୍ରାମର ଜଳକଷ୍ଟ ଲାଘବ ହୋଇପାରିଛି । ନାରାୟଣପୁର ଗ୍ରାମବାସୀ ଜଳକଷ୍ଟ ଭୋଗୁଥିବା ଖବର ପ୍ରକାଶିତ ହୋଇଥିଲା । କିଛି ଯୁବକ ଗାଁକୁ ପହଞ୍ଚି ଗ୍ରାମବାସୀଙ୍କ ସମସ୍ୟା ବିଷୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଅବଗତ କରିଥିଲେ । ଆଜି ବିଧାୟକ ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଗାଁକୁ ପହଞ୍ଚି ନଳକୂପ ଖନନ କରିଥିବା ସୂଚନା ମିଳିଛି । ସୁଚନା ମୁତାବକ ଲକ୍‌ଡାଉନ୍‌ ସମୟରେ କିଛି ଯୁବ ସଂଗଠକ ପ୍ରତ୍ୟହ ସାଇକେଲରେ ଆଖପାଖ ଗାଁ ବୁଲି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝନ୍ତି । କିଛଦିନ ତଳେ ଏହି ଗାଁକୁ ପହଞ୍ଚି ଗ୍ରାମବାସୀ ଉତ୍କଟ ଜଳକଷ୍ଟ ଭୋଗୁଥିବା ଜାଣିବାକୁ ପାଇଥିଲେ । ତା’ ସହ ଗ୍ରମବାସୀ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇପାରୁନଥିବା ବେଳେ ବିଜୁଳିର ଘୋର ଅସୁବିଧା ଭୋଗ କରୁଥିବା ଜାଣିବାକୁ ପାଇଥିଲେ । ଗ୍ରାମବାସୀଙ୍କ ଏସବୁ ସମସ୍ୟାକୁ ନେଇ ଉକ୍ତ ଯୁବକ ଗୋଷ୍ଠି ବଲାଙ୍ଗିର ବିଧାୟକଙ୍କୁ ଅଭିଯୋଗ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ କ୍ରମେ ବିଭାଗିୟ କର୍ମଚାରୀ ଗ୍ରାମକୁ ପହଞ୍ଚି ନଲକୂପ ଖନନ କରିଥିଲେ । ତେବେ ଆଗାମୀ ଦିନରେ ଗ୍ରାମକୁ ପାଇପ ଯୋଗେ ପାଣି ଯୋଗାଣ କରାଯିବା ସହ ଗ୍ରାମବସୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି । ନାରାୟଣପୁର ଗ୍ରାମବାସୀ ଯୁବ ସଂଗଠକ ସୁରୁଲାଲ ମଟାରୀ, ଅନ୍ତ ବେହେରା, ରିଙ୍କୁ ମାଝି, ଜୟନାରାୟଣ ବହିଦାର, ଗୁଡୁଲୁ ମିଶ୍ର, ମାନସ ମହାନ୍ତି, ନାସିର ଖାନଙ୍କୁ ତାଙ୍କର ମହତ ଉଦ୍ୟମ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

twenty − 19 =