ଚକନିପଦର ଗାଁରେ ପାଣି ଚିନ୍ତା : ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଲୋକଙ୍କୁ ମିଳିଲା ପାଣି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଚକନିପଦର ଗାଁରେ ଦୀର୍ଘ ବର୍ଷ ହେବ ପାଣି ସମସ୍ୟାକୁ ନେଇ ଗତ କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନାଙ୍କ ନିର୍ଦ୍ଦେଶରେ ଆଜି ଚକନିପଦର ଗାଁକୁ ବଙ୍ଗୋମୁଣ୍ଡା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କର୍ମଚାରୀମାନେ ପହଞ୍ଚି ଅଚଳ ନଳକୂପକୁ ସଚଳ କରିଛନ୍ତି । ଲୋକେ ନାଲା ପାଣି ପିଉଥିବା ବେଳେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରିଛନ୍ତି । ଗଣମାଧ୍ୟମ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପାଣି ଯୋଗାଇ ଦେଇଥିବାରୁ ଗାଁରେ ଖୁସିର ଲହରୀ ଖେଳିଯାଇଛି । ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗଣମାଧ୍ୟମକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

three × three =