pakka

ଚଳିତବର୍ଷ ପାଇଁ ଗଞ୍ଜାମକୁ ୬ଟି ଜାତୀୟ ପଞ୍ଚାୟତ ପୁରସ୍କାର ହାସଲ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୨୦୨୧ – ୨୨ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଗଞ୍ଜାମ ଜିଲ୍ଲାକୁ ୬ଟି ଜାତୀୟସ୍ତରର ପୁରସ୍କାର ମିଳିବାର ସୌଭାଗ୍ୟଲାଭ ହୋଇଛି । ବ୍ଲକ ସ୍ତରରେ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ବ୍ଲକ ସମେତ ପଞ୍ଚାୟତ ସ୍ତରରେ ହିଞ୍ଜିଳି ବ୍ଲକର ସାରୁ ଗ୍ରାମ ପଞ୍ଚାୟତ ଓ ରଙ୍ଗେଇଲୁଣ୍ଡା ବ୍ଲକର କେଲୁଆପଲ୍ଲୀ ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ମିଳିଥିବା ବେଳେ ଗଞ୍ଜାମ ବ୍ଲକର କାଇଁଚପୁର ଗ୍ରାମ ପଞ୍ଚାୟତକୁ ଶିଶୁ ବନ୍ଧୁତ୍ୱ ଗ୍ରାମ ପଞ୍ଚାୟତ ଓ ଶେରଗଡ ବ୍ଲକର ମହୁପଦର ଗ୍ରାମ ପଞ୍ଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ସମ୍ମାନରେ ଗ୍ରାମସଭା ପୁରସ୍କାର ମିଳିଛି । ସୋମବାରଦିନ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ ଗୃହଠାରେ ପ୍ରଦତ୍ତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଉପସ୍ଥିତିରେ ଦିଲ୍ଲୀରୁ ଆସିଥିବା ଏହି ପୁରସ୍କାର ଗୁଡିକୁ ବିବେଚିତ ପ୍ରମୁଖ ପଞ୍ଚାୟତର କର୍ତ୍ତୃତ୍ୱଙ୍କୁ ଆହ୍ୱାନ କରାଯାଇ ଏହି ସମ୍ମାନ ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

16 − 16 =