
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ତଥା ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ସଂକିର୍ତ୍ତନ୍ୟ ଓ କରମସାନୀ ଗୁରୁ ପରମାନନ୍ଦ ମାଝୀଙ୍କ ଧର୍ମପତ୍ନୀ ଭଗବତୀ ମାଝୀ(୭୦)ଙ୍କ ରବିବାର ଦିନ ୧୧ଟା ସମୟରେ ନିଜ ବାସଭବନ ଡୁମେରପିଟାରେ ପରଲୋକ ହୋଇଯାଇଛି । ତାଙ୍କ ଶେଷ ସମୟରେ ସ୍ୱାମୀ ଶ୍ରୀ ମାଝୀ, ପୁଅ ମଣୀଚନ୍ଦ୍ର, ବୋହୂ ଝୀମା, ନାତି ଶୈଳେଶ ସହିତ ସପରିବାର ଉପସ୍ଥିତ ଥିଲେ । ସେ ମିଷ୍ଠଭାଶିନୀ ଓ ଶିଷ୍ୟ ବତ୍ସଳା ଥିଲେ । ଗୋଣ୍ଡି ପ୍ରଥା ଅନୁସାରେ ତାଙ୍କ ମର ଶରୀରକୁ ପରିବାରର ମଶାଣିରେ ପୋତା ଯାଇଥିଲା । ତାଙ୍କ ପରଲୋକ ଖବର ପାଇ ଅଞ୍ଚଳ ତଥା ଶିଷ୍ୟମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା ।