csstore

ସ୍ଵାମୀ ବିବେକାନନ୍ଦଙ୍କ ୧୬୨ତମ ଜନ୍ମୋତ୍ସବ ତିଥି ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମରେ ସଂପାଦକ ସ୍ଵାମୀ ଅଶୋକାନନ୍ଦଜୀଙ୍କ ପୌରୋହିତ୍ୟରେ ସ୍ଵାମୀ ବିବେକାନନ୍ଦଙ୍କ ୧୬୨ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏନେଇ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଶାସ୍ତ୍ରୀ ଗ୍ରୁପ ଅଫ୍‌ ଏଜୁକେସନ୍‌ର ନିର୍ଦ୍ଦେଶକ ପ୍ରତ୍ୟୁଷ ସାହୁ, ସମ୍ମାନିତ ଅତିଥି ଭାବେ ବିବେକାନନ୍ଦ ପବ୍ଳିକ ସ୍କୁଲର ଅଧ୍ୟକ୍ଷ ସୁରେନ୍ଦ୍ର ମହାଖୁଡ, ସନ୍ୟାସୀ ସ୍ୱାମୀ ଶୁକଦେବାନନ୍ଦ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ ତ୍ରିପାଠୀ, ବଟ କିଶୋର ପ୍ରଧାନ ଯୋଗ ଦେଇ ସ୍ଵାମୀ ବିବେକାନନ୍ଦଙ୍କ ଅବଦାନ ଓ ଦେଶ ଗଠନରେ ସ୍ୱାମୀଜୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଛାତ୍ରାବାସର ପ୍ରାଚୀର ପତ୍ରିକା ‘ଶିଖା’ ଉନ୍ମୋଚନ ହୋଇଥିଲା । ଏହି ସଭାକୁ ଆଶ୍ରମର ଅନ୍ନଦା ପ୍ରସାଦ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁମିତ୍ରା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.