csstore

ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଆମ୍ବପୁଆସ୍ଥିତ ଲୁଇବ୍ରେଲ୍‌ ଧନ୍ଦାମୂଳକ ତାଲିମ କେନ୍ଦ୍ରଠାରେ ମଙ୍ଗଳବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବିଜେଡି ସଂଗଠକ ବଂଶୀଧର ନାହାକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଅବସରପ୍ରାପ୍ତ ନିତ୍ୟାନନ୍ଦ ପାଢ଼ୀ, ସମାଜସେବୀ ଅରବିନ୍ଦ ମହାପାତ୍ର, ସାହିତ୍ୟିକ ସୁଶାନ୍ତ କର ପ୍ରମୁଖ ଯୋଗଦେଇ ଈଶ୍ୱରଙ୍କ କରୁଣାରୁ ଦୃଷ୍ଟିହୀନମାନେ ଦିବ୍ୟଦୃଷ୍ଟି ଲାଭ କରିଥିବାରୁ ସେମାନେ ସାଧାରଣ ବ୍ୟକ୍ତିଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜର ଜୀବନାନୁଭୂତି ପ୍ରକାଶ କରିଥିଲେ । ଶେଷରେ ଅବସରପ୍ରାପ୍ତ ଶିକ୍ଷକ ରଜନୀକାନ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.