csstore

ଛତ୍ରପୁର ଲକ୍ଷ୍ମଣ ଭବନଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲକ୍ଷ୍ମଣ ଭବନ ପରିସରରେ ଏଆଇଟିୟୁସି ନେତା ତଥା ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଆଡ଼ଭୋକେଟ୍‌ ଡି. ଆଦି ନାରାୟଣ ରେଡ୍ଡୀଙ୍କ ପୌରାହିତ୍ୟରେ ବିଭିନ୍ନ ଶ୍ରମିକ ସଂଗଠନମାନଙ୍କୁ ନେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଥିରେ ଏଚଏମଏସର ରାଜ୍ୟ ନେତା ଡ଼. ରାଜେନ୍ଦ୍ର ପ୍ରସାଦ ଦାଶ, ଆଇଏନଟିୟୁସିର ନେତା ଇଜୁ ଆମିନ ଖାନ, ସିପିଆଇ ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଏଆଇଟିୟୁସି ନେତା ସାଲ କ୍ରିଷ୍ଣା ରେଡ୍ଡୀ, କେଶବ ନାହାକ, ବି. ବୈରାଗୀ ରେଡ୍ଡୀ, ପ୍ରଶାନ୍ତ ପଣ୍ଡା, ବୁଲୁ ପଣ୍ଡା, ଏସ୍ . ତ୍ରିନାଥ ରେଡ୍ଡୀ, ନବୀନ ଚନ୍ଦ୍ର ଗୌଡ, ଆଦିତ୍ୟ ମିଶ୍ର, ଏନ୍‌. ସୁକାନ୍ତ ଆଚାରୀ, ନିରଞ୍ଜନ ରାଉଳ, ଦେବରାଜ ଗୌଡଙ୍କ ସମେତ ବହୁ ଶ୍ରମିକନେତା, ଶ୍ରମିକମାନେ ଯୋଗ ଦେଇ ଶ୍ରମିକମାନଙ୍କ ଦାବୀ, ହକ୍, ଶ୍ରମିକମାନଙ୍କ ସ୍ୱାର୍ଥ ଓ ହିତ ଦୃଷ୍ଟିରୁ ବିଭିନ୍ନ ନିୟମ ଉପରେ ବିଭିନ୍ନ ଦାବୀ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.