pakka

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ମିନି ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ରିଲାଏନ୍ସ ଫାଉଣ୍ଡେସନ ଓ ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସଂଯୋଜକ ଭାଗ୍ୟ ଧରଚିନ୍ଦା ସଭାପତିତ୍ୱ କରିଥିଲେ । ଏଥିରେ ଲୋଇସିଂହା ସିଡିପିଓ ପ୍ରଜ୍ଞାରାଣୀ ବାରିକ୍, ବ୍ଲକ ଲାଇଭ ହୁଡ ସଂଯୋଜିକା ପ୍ରଭାସିନୀ ପଟ୍ଟନାୟକ, ବେଥାନୀ କଂଭେଣ୍ଟ ସୁପିରିଅର ସିଷ୍ଟର ଶୁପ୍ରିତା, ଆଇସିଡିଏସ କ୍ରୀଷ୍ଣା ମେହେର, ରିଲାଏନ୍ସ ଫାଉଣ୍ଡେସନ ଡିପିଓ ଶୈଳେନ୍ଦ୍ର ଏକ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅଭିନବିକରଣ ଓ ପ୍ରଯୁକ୍ତି ବିଦ୍ୟାରେ ଲିଙ୍ଗର ସମାନତା ବିଷୟକୁ ନେଇ ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୩୦ଜଣ ମହିଳାଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଲୋଇସିଂହା ବ୍ଲକ ଅଧିନସ୍ଥ ଝାରମୁଣ୍ଡା, ବଡିମୁଣ୍ଡା, ତଲିଉଡାର ଓ କୁଶମେଲ ପଞ୍ଚାୟତର ବିଭିନ୍ନ ବର୍ଗର ମହିଳାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଶୋକ କୁମାର ଭଣ୍ଡା, ପ୍ରେମାନନ୍ଦ ଅମାତ, ଶ୍ୟାମ ସୁନ୍ଦର ମେହେର, ଅଚ୍ୟୁତ ସାହୁ ସମେତ ଝାରମୁଣ୍ଡା ଆଥ୍‌ଲେଟିକ୍‌ ଏସୋସିଏସନ୍‌ର କର୍ମକର୍ତ୍ତା ସହଯୋଗ କରିଥିଲେ । ମାନସ ଦରୱାନ ସମ୍ମାନିତ ପର୍ବକୁ ସଂଯୋଜନା କରିଥିବା ବେଳେ ସୁରେଶ ପଶାୟତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fifteen − three =

error: Content is protected !!