pakka

ଝାଂକ୍ରିପାଲି ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ

bbehera

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଝାଂକ୍ରିପାଲି ଗ୍ରାମ ମହାମନ୍ତ୍ର ନାମଯଜ୍ଞରେ କମ୍ପି ଉଠିଛି । ପ୍ରଥମେ ଝିଅ ଓ ମହିଳାମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା କରି ନିକଟସ୍ଥ ପୋଖରୀରୁ ଜଳ ଆଣି ମନ୍ଦିରରେ ସ୍ଥାପନ କରି ମହାମନ୍ତ୍ର ଆରମ୍ଭ ହୋଇଥିଲା । ଏଥିରେ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ । ଏହି ନାମଯଜ୍ଞ ତିନିଦିନ ଧରି ଚାଲିଥିବା ବେଳେ ମହାମନ୍ତ୍ର ଶୁଣିବା ପାଇଁ ପଡୋଶୀ ଗ୍ରାମର ଶତାଧିକ ଭକ୍ତମାନେ ଉପସ୍ଥିତ ରହି ମହାମନ୍ତ୍ରକୁ ଶୁଣିଥିଲେ । ଏହି ନାମଯଜ୍ଞ ଓ ମହାମନ୍ତ୍ରକୁ ଶୁଣିବା ପାଇଁ ଏବଂ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ସରପଞ୍ଚ ପ୍ରଦୀପ କୁମାର ବେହେରା, ବିଧାୟକଙ୍କ ପ୍ରତିନିଧି କୁମୁଦ ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ । ପୂଜା କମିଟି ପକ୍ଷରୁ ଭକ୍ତ ଓ ଦର୍ଶକମାନଙ୍କ ପାଇଁ ଅନ୍ନଛତ୍ରର ସୁବିଧା କରାଯାଇଥିଲା । ନାମଯଜ୍ଞରେ ବିଭିନ୍ନ ପ୍ରକାର ଲାଇଟ ତୋରଣରେ ସାଜସଜ୍ଜା ଲୋକମାନଙ୍କୁ ଆକୃଷ୍ଟ କରିଥିଲା । ଏହି ନାମଯଜ୍ଞରେ ପୂଜକ ଭାବେ ଟୁକୁ ମିଶ୍ର, କର୍ତ୍ତା ଭାବେ ମଦନ ଛତ୍ରୀଆ ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଗାୟତ୍ରୀ ଛତ୍ରୀଆ, ରଘୁମଣି ସେଟ ଓ ମନ୍ଦାର ସେଟ ଯୋଗ ଦେଇଥିଲେ । ଏହାକୁ ପୂର୍ଣ୍ଣ ସହଯୋଗ କରିଥିଲେ ଉକ୍ତ ଗ୍ରାମବାସୀ । ବିଶେଷ କରି ମନ୍ଦିରକୁ ଚିତ୍ରକଳାରେ ସୁସଜ୍ଜିତ କରିଥିଲେ ସଂଜୀବ ବିଶ୍ୱାଳ ।

jay balangir
Leave A Reply

Your email address will not be published.

7 − five =

error: Content is protected !!