csstore

ଦୃଷ୍ଟିହୀନମାନଙ୍କ ତ୍ରାଣକର୍ତ୍ତା ଡ଼ା. କେ. ସତ୍ୟନାରାୟଣ ରାଓଙ୍କ ୧୦୩ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନ ବିଦ୍ୟାଳୟ ଓ ବ୍ରେଲ ପ୍ରେସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟରେ ଦୃଷ୍ଟିହୀନମାନଙ୍କ ଶିକ୍ଷା, ନିଯୁକ୍ତି ଏବଂ ଥଇଥାନ କରାଇବାରେ ଡ଼ାକ୍ତର କେ. ସତ୍ୟନାରାୟଣ ରାଓଙ୍କ ଅବଦାନ ଅତୁଳନୀୟ ବୋଲି ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନ ପକ୍ଷରୁ ସ୍ୱର୍ଗତ ରାଓଙ୍କ ୧୦୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଆମ୍ବପୁଆ ସ୍ଥିତ ଏଲବିଭିଟିସିଏସ୍‌ ସେଣ୍ଟର ଠାରେ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ବିଜୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଭେଷଜବିତ୍‌ ତଥା ସମାଜସେବୀ ଡ଼ାକ୍ତର ପି.ସି. ସାହୁ ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଷ୍ଟେଟବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ବିଜୟ କୁମାର ମୁନି, ବରିଷ୍ଠ ସାମ୍ବାଦିକ ରବି ରଥ, ବ୍ରହ୍ମପୁର ସିଟି କଲେଜର ଅଧ୍ୟକ୍ଷା ଡ଼. ଅନୀତା କୁମାରୀ ପଣ୍ଡା, ଅଧ୍ୟାପିକା ଡ଼. ମୀନତି କୁମାରୀ ସାହୁ, ଡ଼. ଗୀତାଞ୍ଜଳି ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ସୁନୀଲ କୁମାର ଗନ୍ତାୟତ, ଆଲବିରସ୍‌ ଫାର୍ମାସ୍ୟୁଟିକାଲର ଜୋନାଲ ସେଲସ୍‌ ମ୍ୟାନେଜର ଅମିତ କୁମାର ସିହ୍ନା ପ୍ରମୁଖ ମଞ୍ଚାସୀନ ଥିଲେ । ସାଇଟ୍‌ ସେଭର ଇଣ୍ଟରନ୍ୟାସନାଲର ବିଜୟଲକ୍ଷ୍ମୀ ରଥ, ଅବସରପ୍ରାପ୍ତ ଶିକ୍ଷକ ରଜନୀକାନ୍ତ ପାଢ଼ୀ, ନିତ୍ୟାନନ୍ଦ ପାଢ଼ୀ, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଡ଼. ରାଓଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହିତ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.