pakka

ଗଣେଶ ମହୋତ୍ସବ ପାଳିତ

bbehera

ବୌଦ୍ଧ : ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତର ଗିରାସିଙ୍ଗା ଗ୍ରାମରେ ଏବିଲିଟି ଇଣ୍ଡିଆ ସ୍ୱେଚ୍ଚାସେବୀ ସଂଗଠନ ପକ୍ଷରୁ ରବିବାର ଦିନ ଆଶା ଶିକ୍ଷଣ କେନ୍ଦ୍ର ଠାରେ ଗଣେଶ ମହୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ସଚେତନତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରତାପ କୁମାର ରଥ, ଜଗନ୍ନାଥ ଆଧ୍ୟାତ୍ମିକ ପ୍ରେମି ଚନ୍ଦ୍ରକାନ୍ତ ନାୟକ ଓ ଗ୍ରାମର ବିଷ୍ନୁଚରଣ ଅମାତ, ସାନନ୍ଦ ମାଝୀ, ନନ୍ଦକିଶୋର ନାଏକ, ସତ୍ୟ ନାୟକ, କହ୍ନାଇ ନାୟକ, ଲୋକନାଥ ନାୟକ, ନରସିଂହ ନାୟକ, କବି ଅରୁଣ ମେହେର, ସୁବଳ ପ୍ରଧାନ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନଙ୍କ ଦ୍ୱାରା ଗଣେଶ ଭଜନ, ନୃତ୍ୟୁ, ଚିତ୍ର ଆଦି ପ୍ରତିଯୋଗିତା କରାଯାଇଥିଲା । ଏହା ପିଲାମାନଙ୍କ ଦ୍ୱାରା ନିଶା ନିବାରଣ, ବାଲ୍ୟବିବାହ, ଶିଶୁ ଶ୍ରମିକ ଉପରେ କ୍ଷୁଦ୍ର ନାଟକ ପରିବଷେଣ ହୋଇଥିଲା । କାର୍ଯ୍ୟକ୍ରମ ଅଶା କେନ୍ଦ୍ରର ଶିକ୍ଷକ ନିବାଶ ନାୟକଙ୍କ ତତ୍ୱାବଧାନରେ ହୋଇଥିବା ବେଳେ ଏବିଲିଟି ଇଣ୍ଡିଆର ସସ୍ମିତା ବାଦୀ ଓ ପ୍ରଣୟନୀ ଲେଙ୍କା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

6 − 5 =