ଗାଁକୁ ପଶିଲେ ହାତୀପଲ : ଘର ଭାଙ୍ଗି ନଷ୍ଟ କଲେ ଫସଲ

ପାଟଣା : ପାଟଣା ରେଞ୍ଜକୁ ପୁଣି ଫେରିଲେ ହାତୀପଲ । ଶନିବାର ହାତୀପଲ ପାଟଣା ରେଞ୍ଜରୁ ଠାକୁରମୁଣ୍ଡା ରେଞ୍ଜକୁ ପଳାଇ ଥିବା ବେଳେ ବିଳମ୍ବିତ ରାତିରେ ପୁଣି ପାଟଣା ରେଞ୍ଜକୁ ପ୍ରବେଶ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ସକାଳୁ ପୁରୁଣାପାଣି ଗ୍ରାମକୁ ହାତୀପଲ ଧସେଇ ପଶିବା ସହ ଗ୍ରାମର ସମରା ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛନ୍ତି । ଏଥି ସହ ଧାନ ଫସଲ ଚାଷକୁ ହାତୀପଲ ମାଡି ଚକଟି ନଷ୍ଟ କରିଦେଇଛନ୍ତି । ଏବେ ହାତୀପଲ ଗାଁ ନିକଟରେ ବୁଲୁ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ହାତୀପଲଙ୍କ ଗତିପଥ ଉପରେ ବନ ବିଭାଗ ନଜର ରଖିଛି ।

Leave A Reply

Your email address will not be published.

1 × three =

error: Content is protected !!