ଆଇଜରର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ପାଳିତ

ଗୋପାଳପୁର : ବିଜ୍ଞାନ ପୁରୀଠାରେ ଆଇଜର ଅସ୍ଥାୟୀ କ୍ୟାମ୍ପସ ପରିସରରେ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାଇଣ୍ଡ ଟ୍ରି ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରୋତ ବାଗଚି, ଅତିଥି ଭାବେ ବୋର୍ଡ ଅଫ୍ ଗଭର୍ଣ୍ଣସର ଅଧ୍ୟକ୍ଷ ସୁଧୀର ଉତ୍ତମଲାଲ ମେହେଟ୍ଟା, ଆଇଜର ନିର୍ଦ୍ଦେଶକ ପ୍ରଫେସର କେ.ଭି. ଚାରି, ଡେପୁଟି ଡାଇରେକ୍ଟର ତଥା ଡିନ୍ ପ୍ରଫେସର ଯୋଗେନ୍ଦ୍ର ଶର୍ମା, ପ୍ରଫେସର ଏସ୍ଏନ୍‌ ମିଶ୍ର ଡିନ (ଏକାଡେମିକ୍ ବ୍ୟାପାର) ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ୬୨ ଜଣ ବିଏସ୍-ଏମ୍ଏସ୍ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସ୍ୱର୍ଣ୍ଣ ପଦକ ଓ ଡକ୍ଟର କେ କବିତା ଏବଂ ଡ. କେ ରାମାନୁଜା ଚାରି ମେମୋରିଆଲ୍ ସ୍ୱର୍ଣ୍ଣ ପଦକରେ ଜୀବ ବିଜ୍ଞାନ ‌‌‌‌‌‌‌‌ବିଭାଗ ଛାତ୍ରୀ ସୁକନ୍ୟା ଚକ୍ରବର୍ତ୍ତୀ, ନିର୍ଦ୍ଦେଶକଙ୍କ ସ୍ୱର୍ଣ୍ଣ ପଦକ ଓ ଦୁର୍ଗାଦାସ ମହାନ୍ତି ମେମୋରିଆଲ ସ୍ୱର୍ଣ୍ଣ ପଦକ ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ନବେନ୍ଦୁ ଶେଖର ମିଶ୍ର, ପ୍ରିନ୍ସିପାଲସ ସୁଦର୍ଶନ ମେମୋରିଆଲ୍ ସ୍ୱର୍ଣ୍ଣ ପଦକ ସୋମିଆ ଦଫାଦର, ରିଷଭ ସାଗରଙ୍କୁ କାନ୍ଦାଲା କୃଷ୍ଣନାମା ଚାରି ମେମୋରିଆଲ୍ ସ୍ୱର୍ଣ୍ଣ ପଦକ ପ୍ରଦାନ ଅନ୍ୟ କୃତି ବିଦ୍ୟାର୍ଥୀମାନଙ୍କୁ ମୋମୋରିଆଲ ସିଲଡ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶେଷରେ ନିର୍ଦ୍ଦେଶକ ପ୍ରଫେସର ଚାରି ସମସ୍ତ ସ୍ନାତକମାନଙ୍କୁ ସେମାନଙ୍କର ବିଶ୍ୱାସ ଏବଂ ସମାଜକୁ ମଜବୁତ କରିବା ଏବଂ ଜୀବନରେ ସଫଳତା ଏବଂ ଉତ୍କର୍ଷତା ହାସଲ କରିବା ପାଇଁ ମୂଳ ଗବେଷଣା ପାଇଁ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

12 − 12 =

error: Content is protected !!