csstore

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

କଣ୍ଟାମାଳ, (ମମତା ମହାକୁର) : ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦଳ ପକ୍ଷରୁ ‘ମେହେଙ୍ଗାଇ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଲ ଦୈନିକ ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ସଭାରେ କଂଗ୍ରେସ ନେତା ପ୍ରଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, କେଶବ ଖେତି, ଅଭିମନ୍ୟୁ ପ୍ରଧାନ, ଶୁକଦେବ ମଙ୍ଗରାଜ, ଗୋବର୍ଦ୍ଧନ ବାରିକ, ସୁନାଧର ପଟେଲ, ପ୍ରଭାତ ମଟାଲି, ମୁକୁନ୍ଦ ନାଏକ, ବିଶ୍ଵାମିତ୍ର ପାଢ଼ୀ, ବିକ୍ରମ ରାଜହଂସ, ଝରା ମହାନନ୍ଦ, ବାସନ୍ତୀ କୁମ୍ଭାର, ଗୁଲୁଠୁ ବାରିକ, ମୁଖ ସୁନାଙ୍କ ସହ ଅନେକ କଂଗ୍ରେସ ନେତା ଓ କର୍ମୀ ଯୋଗଦାନ କରିଥିଲେ । ଚୁଲି ମୁଣ୍ଡରୁ ଆରମ୍ଭ କରି ପେଟ୍ରୋଲ, ଗ୍ୟାସ, ଖାଇବା ତେଲ ଆଦି ପ୍ରତ୍ୟେକ ଜିନିଷ ଉପରେ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର ଦରଦାମ ନିୟନ୍ତ୍ରଣ ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ କଂଗ୍ରେସ ତାର ଏଭଳି ପ୍ରତିବାଦ ଜାରି ରଖିବ ବୋଲି ନେତାମାନେ କହିଛନ୍ତି ।

jayashree
Leave A Reply

Your email address will not be published.