ଡ.ସଲିମ ଅଲିଙ୍କ ୧୨୪ତମ ଜନ୍ମଦିନ ସୁବର୍ଣ୍ଣପୁରଠାରେ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଖ୍ୟାତ ପକ୍ଷୀପ୍ରେମୀ ଡ.ସଲିମ ଅଲିଙ୍କ ୧୨୪ତମ ଜନ୍ମଦିନ ସୁବର୍ଣ୍ଣପୁରଠାରେ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ପକ୍ଷୀ ସଂଗଠନ ପକ୍ଷରୁ ମହାନଦୀ ଶଯ୍ୟାରେ ଆୟୋଜିତ କାର୍ୟ୍ୟକ୍ରମରେ ବାର୍ଡମ୍ୟାନ ଭାବେ ପରିଚିତ ସଲିମ ଅଲିଙ୍କୁ ଶ୍ରଦ୍ଧାଞଳି ଦିଆଯିବା ସହ ପକ୍ଷୀଙ୍କ ସୁରକ୍ଷା ପାଇଁ ସେ କରିଥିବା ଅବଦାନର ସ୍ମୃତିଚାରଣ କରାଯାଇଥିଲା । କାର୍ୟ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ତଥା ଗବେଷକ ସୁଶୀଳ ତ୍ରିପାଠୀ ଅତିଥିଭାବେ ଯୋଗଦେଇ ମହାନଦୀ ଶଯ୍ୟା ଓ ଅବବାହିକାକୁ ଆସୁଥିବା ବିଦେଶାଗତ ଓ ବିରଳ ପକ୍ଷୀଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ପକ୍ଷୀ ସଂଗଠନର ସଂଯୋଜକ ଦୀନେଶ ମିଶ୍ରଙ୍କ ପରିଚାଳନାରେ ପକ୍ଷୀଙ୍କ ସୁରକ୍ଷା ଓ ବେଆଇନ ଶିକାରକୁ ନେଇ ମହାନଦୀର ଉଭୟ ପାର୍ଶ୍ବର ଗାଁଗୁଡିକରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.