ଆସନ୍ତା ୧୫ ତାରିଖରୁ ସମ୍ବଲପୁର ରାୟଗଡା ସ୍ପେଶାଲ ଟ୍ରେନ ପୂର୍ବ ପରି ପ୍ରତିଦିନ ଚଳାଚଳ କରିବ

ସମ୍ବଲପୁର, (ଦାମୋଦର ପଣ୍ଡା) : ଆସନ୍ତା ୧୫ ତାରିଖରୁ ସମ୍ବଲପୁର ରାୟଗଡା ସ୍ପେଶାଲ ଟ୍ରେନ ପୂର୍ବ ପରି ପ୍ରତିଦିନ ଚଳାଚଳ କରିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି । ଏହି ଟ୍ରେନ ସମ୍ବଲପୁରରୁ ସକାଳ ୬ ଘଣ୍ଟାରେ ଛାଡି ରାୟଗଡାରେ ମଧ୍ୟାହ୍ନ୧୨-୪୦ ରେ ପହଂଚିବ । ଫେରିବା ବେଳେ ଅପରାହ୍ନ ୨-୦୫ ରେ ରାୟଗଡାରୁ ବାହାରି ୮-୨୦ ସମୟରେ ସମ୍ବଲପୁରରେ ପହଞ୍ଚିବ । ଟ୍ରେନରେ ୬ଟି ଦ୍ବିତୀୟ ଶ୍ରେଣୀ ବଗି, ଗୋଟିଏ ଦ୍ଵିତୀୟ ଶ୍ରେଣୀ ସ୍ଲିପର କୋଚ୍ ଓ ଲଗେଜ ଭେନ ରହିବ । ଉଭୟ ଯାତ୍ରା ବେଳେ ଏହା ହୀରାକୁଦ, ଅତାବିରା, ବରଗଡ଼ ରୋଡ଼, ବରପାଲି, ଲୋଇସିଂହା, ବଲାଙ୍ଗୀର, ସଇଁତାଲା, ବଦମାଲ, ଟିଟିଲାଗଡ଼, କେସିଙ୍ଗା, ରୁପ୍ରରୋଡ଼, ନର୍ଲା ରୋଡ଼, ଲାଞ୍ଜିଗଡ଼ ରୋଡ଼, ଅମ୍ବାଭୋନା, ମୁନିଗୁଡା, ଥେରୁବାଲି ଓ ସିଙ୍ଗାପୁର ରୋଡ଼ ଷ୍ଟେସନରେ ରହିବ ।

Leave A Reply

Your email address will not be published.