ପତ୍ରାପାଲି ପଞ୍ଚାୟତ ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଆକ୍ରମଣ : ମଧ୍ୟରାତ୍ରୀରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତମାନେ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପତ୍ରାପାଳି ପଞ୍ଚାୟତର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ଖେରଟ ଗ୍ରାମର ହେମନ୍ତ ପୋ୍ଥଢ଼। ସେ ଗତକାଲି ଦିନ ବେଳା ପତ୍ରାପାଲି ପଞ୍ଚାୟତରେ ଚାଉଳ ବଣ୍ଟନ କରୁଥିବା ସମୟରେ ପତ୍ରାପାଲି ଗାଁର କିଛି ମଦ୍ୟପ ଉକ୍ତ ସ୍ଥାନକୁ ପହଞ୍ଚି ପ୍ରଥମେ ତାଙ୍କୁ ଚାଉଳ ଦେବା ପାଇଁ କହିଥିଲେ । କିନ୍ତୁ ଚାଉଳ ନେବା ପାଇଁ ଆସିଥିବା ହିତାଧିକାରୀମାନେ ଆଗରୁ ଆସି ଲାଇନରେ ଲାଗି ଚାଉଳ ନେଉଛନ୍ତି ବୋଲି କହି ତାଙ୍କୁ ବରଣ କରିଥିଲେ । ଏହି ସମୟରେ ଉକ୍ତ ଦୁର୍ବୃତ୍ତମାନେ ଯଦୁମଣି ନାଗ, ସରୋଜ ବାଗ ଓ ଲକ୍ଷ୍ମିପତି ବାଗ ହିତାଧିକାରୀଙ୍କୁ ଗାଳି ଗୁଲଜ କରିବା ସହ ସହକାରୀ ଯୋଗାଣ ଅଧିକାରୀଙ୍କୁ ମାରପିଟ୍ କରିଥିଲେ, ପିଓଏସ ଯନ୍ତ୍ର ଓ ଓଜନ କରିବା ବୈଦ୍ୟୁତିକ ଯନ୍ତ୍ରକୁ ଭାଙ୍ଗି ଦେଇଥିବା କହିଛନ୍ତି ଓ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ବୋଲି ଶ୍ରୀ ପୋଡ଼ ମୁରିବାହାଲ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଗତ ରାତି ପ୍ରାୟ ୧୧ଟା ସମୟରେ ଉକ୍ତ ଦୁର୍ବୃତ୍ତ ସହକାରୀ ଯୋଗାଣ ଅଧିକାରୀଙ୍କ ଘରକୁ ନିଆଁ ଲଗାଇଥିବା ଅଭିଯୋଗ କରିଛନ୍ତି । ସେହି ସମୟରେ ଶ୍ରୀ ପୋଢ଼ ମୁରିବାହାଲ ପୋଲିସକୁ ସୂଚନା ଦେଇଥିଲେ । ମୁରିବାହାଲ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ଗିରଫ କରିନେଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.