ସିହିନି ପଞ୍ଚାୟତ ଅନ୍ତର୍ଗତ କୁମୁଡା ଗ୍ରାମର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ ପାଳନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ସିହିନି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମୁଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ସିହିନି ସରପଞ୍ଚ ବୀରବର ସାହୁ ଓ ସିହିନି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ବଗର୍ତ୍ତୀ ଯୋଗ ଦେଇଥିବାବେଳେ ସିହିନି ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଘନଶ୍ୟାମ ପ୍ରଧାନୀ ସଂଯୋଜକ ଭୂମିକା ଦାୟିତ୍ଵ ତୁଳାଇଥିଲେ । କୁମୁଡା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶ ବିଦ୍ୟାଳୟର ବିବରଣୀ ପାଠ କରିବା ସହିତ ସମସ୍ତ ମାନବ ବିକାଶ ସଂକ୍ରାନ୍ତୀୟ ତଥ୍ୟ ଉପସ୍ଥାପନ କରିଥିଲେ । ଦୁଃଖର ବିଷୟ ଯେ ଏହି ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢା ହେଉଛି କିନ୍ତୁ ମାତ୍ର ଚାରିଗୋଟି କୋଠରୀ ଥିବାରୁ ଏହି ସ୍କୁଲ ଅନ୍ୟତ୍ର ସ୍କୁଲକୁ ଚାଲି ଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ । ସରପଞ୍ଚ ବୀରବର ସାହୁ ଏହି ବିଷୟର ମୁଁ ଜାଣିବା ପରେ ଗତ ପଞ୍ଚାୟତ ସମିତି ବୈଠକରେ ଏହାକୁ ଉପସ୍ଥାପନ କରିଥିଲି ଓ ବିଇଓଙ୍କୁ ଅନୁରୋଧ କରି ସମ୍ଭବ ହେଲେ ନୂତନ କୋଠରୀ ପାଇଁ ଅନୁଦାନ ଦେବାକୁ ମଧ୍ୟ କହିଥିଲି । ପଞ୍ଚାୟତ ତରଫରୁ ଏହି ସ୍କୁଲର ମରାମତି ସହିତ ପିଇବା ପାଣି ଓ ସମସ୍ତ ଶୌଚାଳୟରେ ପାଣିର ବ୍ୟବସ୍ଥା କରାଯାଇଥିଲା ଓ ଆଗକୁ ପଞ୍ଚାୟତ ଦ୍ୱାରା ଯାହା ସମ୍ଭବ ହେବ ସାହାଯ୍ୟ କରିବେ ବୋଲି ଶ୍ରୀ ସାହୁ କହିଥିଲେ । ଏହି ବାର୍ଷିକୋତ୍ସବରେ ସିଆର୍‌ସିସି ବବଲୁ ଜାଲ, ପୂର୍ଣ୍ଣ ମହାନନ୍ଦ, ବିଦ୍ୟାଳୟ କମିଟିର ସଭାପତି ପ୍ରେମରାଜ ମାଝି, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀଗଣ କୁନ୍ତଳା ପରିଡା, ହିମାଦ୍ରି ରାଉତ ଉପସ୍ଥିତ ଥିଲେ । ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ପ୍ରଭାତୀ ସାହୁ, ପୁଷ୍ପଲତା ଦାସ, ପ୍ରତିଭା ମଂଜରୀ ଦାଶ, ଶିକ୍ଷକ ଅମୂଲ୍ୟ ନାଏକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁପରିଚାଳନା କରିଥିଲେ । ଏହି ବାର୍ଷିକୋତ୍ସବ ଉତ୍ସବରେ କୁମୁଡା ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଗଣ ଉପସ୍ଥିତ ରହିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ନୃତ୍ୟ, ଗୀତ ଓ ସାସ୍କୃତିକ କାର୍ଯ୍ୟକ୍ରମ ସହିତ ସଭା ସମାପନ ହୋଇଥିଲା । ଶେଷରେ ପ୍ରଭାତୀ ସାହୁ ସମସ୍ତଙ୍କୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × four =