ଖରିଦା ଗ୍ରାମର ଲକ୍ଷ୍ମୀନାରାୟଣ ମନ୍ଦିରରୁ ଚୋରି

ସୋରୋ : ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରୁ ଲୁଟିନେଲେ ସୁନା ରୂପା ଗହଣା । ସୋରୋ ପୌରପାଳିକା ଅନ୍ତର୍ଗତ ଖରିଦା ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଏହି ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରର ଗ୍ରୀଲ ଏବଂ ଗର୍ଭ ଗୃହ ଗ୍ରୀଲ ଚାବି ଭାଙ୍ଗି ୧ କିଲୋ ଓଜନର ରୁପା ଗହଣା ଏବଂ ୫୦ ଗ୍ରାମ ଓଜନର ସୁନା ଗହଣା ଚୋରି ହୋଇଯାଇଥିବା ଖବର ମିଳିଛି । ସକାଳେ ଏ ବାବଦରେ ଜଣା ପଡିବା ପରେ ଗ୍ରାମର ଶ୍ରୀଧର ସାହୁ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

2 × 5 =