ବାଳିକା ଉଚ୍ଚ ବିଦ୍ୟାଳୟ ଏସ୍‌ଏସ୍‌ଡିର ବାର୍ଷିକ ଉତ୍ସବ ପାଳନ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥାନୀୟ (ଏସ୍‌ଏସ୍‌ଡି) ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ଅଧକ୍ଷତାରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ବହୁ ଧୁମ୍‌ଧାମ୍‌ରେ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ସଂଜୀବ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବରେ ଡେପୁଟି ମେନେଜର ଆର୍‌ବିଆଇ ଦେବରାଜ ମେହେର, ସମ୍ମାନିତ ଅତିଥି ଭାବରେ ଖଗେଶ୍ୱର ରଣା ଓ ପାନମଣି ମୁର୍ମୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ମଞ୍ଚରେ ସମ୍ମାନିତ ଭାବେ ମଞ୍ଚାସିନ ଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଗଣେଶଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରିବା ପରେ ସ୍କୁଲର ସଙ୍ଗୀତ ଶିକ୍ଷୟତ୍ରୀ କଳ୍ପନା ପାଣିଗ୍ରାହୀ ଓ ଛାତ୍ରୀମାନଙ୍କ ଦ୍ୱାରା ମା’ ସରସ୍ୱତୀଙ୍କ ଗୀତ ପରିବେଷଣ କରାଯାଇଥିଲା । ଶିକ୍ଷୟିତ୍ରୀ ବିଦ୍ୟୁତଲତା ଦେଇ ମଞ୍ଚ ପରିଚାଳନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ପରେ ଅତିଥିମାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ । ପରେ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ରୀମାନେ ପାଠପଢି ଆଗକୁ ଯିବେ ଓ ସ୍କୁଲ ସବୁବେଳେ ଶିକ୍ଷା ଉପରେ ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ମହିଳାମାନଙ୍କ ପାଇଁ ଅନେକ ଗୁଡିଏ ଯୋଜନା ମଧ୍ୟ କରିଛନ୍ତି ଏବଂ ନାରୀମାନେ କିଭଳି ଆଗକୁ ଯିବେ ସେନେଇ ସବୁବେଳେ ପ୍ରୟାସ ଜାରି ରଖିଛନ୍ତି । ତେଣୁ ନିଜ ଗୋଡ଼ରେ ନିଜେ ଠିଆ ହେଲେ ଉଜ୍ୱଳ ହେବ ଜୀବନ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ସାସ୍କୃତିକ କାର୍ଯ୍ୟକ୍ରମରେ ସ୍ୱାଗତିକା ଶତପଥି ଓ କଳ୍ପନା ରାଉଳ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ କୃତି ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶ୍ରୀଲତା ମିଶ୍ର, ସଙ୍ଗୀତା ରଥ, ସନ୍ଧ୍ୟାରାଣୀ ଗହୀର, ଜୟନ୍ତୀ ଭୋଇ, ପ୍ରତ୍ୟାସିନି ବାଗ, ସୁହାସିନି ମିଶ୍ର, ନମିତା ମେହେର, ଅର୍ଣ୍ଣପୂର୍ଣ୍ଣା ମାଝୀ, ବିଜୟ ଲକ୍ଷ୍ମୀ ଦାସ, ଗଗନ ବେହେରା, ନିହାର ରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ଶ୍ରୀଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 + five =